ସପ୍ତାହକୁ ଦିନେ ବନ୍ଦ ରହିପାରେ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଦେଖି ଛତିଶା ନିଯୋଗ ବୈଠକରେ ଆସିଲା ପ୍ରସ୍ତାବ

୨ ଦିନ ଭିତରେ ହୋଇପାରେ ଚୁଡ଼ାନ୍ତ ନିଷ୍ପତ୍ତି

90

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ବି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହକୁ ଦିନେ ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ କରିଛି । ଏହି ଦିନ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ଅନ୍ୟପଟେ ଅଗ୍ନିଉତ୍ସବ ଓ ଦୋଳପୂର୍ଣ୍ଣିମା ନୀତିକାନ୍ତିରେ ବୈଠକ ମୋହର ବାଜିଛି । ଦ୍ୱାର ଫିଟାରେ ବିଳମ୍ବ ଯୋଗୁଁ ନୀତି ବିଳମ୍ବ ହେଉଥିବାରୁ ଏଥର ସଅଳ ଦ୍ୱାରାଫିଟା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦର ମୁଖ୍ୟ ପ୍ରଶାସକ ଡ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସମେତ ବିଭିନ୍ନ ନିଯୋଗର ସଭାପତି ସଂପାଦକ ଉପସ୍ଥିତ ଥିଲେ ।