କରୋନା କଟକଣା ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ହୋଇଛି ବ୍ୟାରିକେଡ ବ୍ୟବସ୍ଥା ।

82

କନକ ବ୍ୟୁରୋ : ଦୀର୍ଘ ଚାରି ମାସ ପରେ ଗତକାଲି ଠାରୁ ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।

ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ବ୍ୟାରିକେଡ୍ କରାଯାଇଛି । ସମସ୍ତେ ଏହି ବ୍ୟାରିକେଡ ଦେଇ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ । ଏହି ସମୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ମହାମାରୀ କରୋନା ପାଇଁ ବଡ଼ ଦେଉଳରେ ଭକ୍ତ ପ୍ରବେଶକୁ ବାରଣ କରାଯାଇଥିଲା । ହେଲେ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଥିବାରୁ କରୋନା ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ନେଇ ଅନୁମତି ମିଳିଛି । କରୋନାର ୨ଟି ଡୋଜ ଟୀକା ନେଇଥିବା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଭକ୍ତ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।