କନକ ବ୍ୟୁରୋ : ବଡଦାଣ୍ଡରେ ଗଡିଲା ରଥ । ବାଜିଲା ଘଂଟି, ପଡିଲା ହରିବୋଲ ଏବଂ ହୁଳହୁଳି ଆଉ ଏହାରି ଭିତରେ ବଡଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ଆରମ୍ଭ ହୋଇଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ ।
ବଡଦାଣ୍ଡରେ ସେବାୟତ ଏବଂ ପୁଲିସମାନେ ଗୁଣ୍ଡିଚା ଘର ଅଭିମୁଖେ ଦେବୀ ସୁଭଦ୍ରାଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି । ତେବେ ଚଳିତ ବର୍ଷ କିନ୍ତୁ ତିନି ଦିଅଁଙ୍କ ତିନି ରଥକୁ ଆଉ ଭକ୍ତମାନେ ଭାବରେ ଟାଣିନେଉନାହାନ୍ତି ବରଂ କରୋନା କଟକଣାକୁ ମାନି ଘରେ ବସି ମହାପ୍ରଭୁଙ୍କ ଏହି ଅଲୌକିକ ଯାତ୍ରାର ଅପୂର୍ବ ଦୃଶ୍ୟକୁ ଅନୁଭବ କରୁଛନ୍ତି ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରଥଯାତ୍ରାରେ କୋଭିଡ-୧୯ ନିୟମ ପ୍ରତି ଗୁରୁତ୍ୱ ଦେଇଛନ୍ତି ସେବାୟତମାନେ । ରଥ ଉପରେ ୧୦ରୁ ଅଧିକ ସେବାୟତ ରହୁନଥିବା ବେଳେ ଗୋଟିଏ ରଥକୁ ୫୦୦ ଜଣ ଟାଣୁଛନ୍ତି । ଏବଂ ବଡ କଥା ହେଉଛି ରଥଟାଣିବା ସମୟରେ ସମସ୍ତେ ସାମାଜିକ ଦୂରତ୍ୱକୁ ମଧ୍ୟ ଅନୁପାଳନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/47-1.jpg)