କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କର । ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ହେରଫେର ମାମଲାରେ ରସାନନ୍ଦଙ୍କୁ ଉଠାଇ ନେଲା ଫୁଲବାଣୀ ଭିଜିଲାନ୍ସ । ପେନସନ ଟଙ୍କାକୁ ହଡ଼ପ କରି ସେ ସେୟାର ମାର୍କେଟରେ ଲଗାଇଥବା ଜଣାପଡ଼ିଛି । ସରକାରୀ ଅର୍ଥ ହେରଫେର ମାମଲାରେ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।