କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ରହିବ ଶୀତ ଲହରୀ । ପ୍ରବଳ ଥଣ୍ଡା ପାଇଁ ଆଜି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଳି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ମଧ୍ୟ କନ୍ଧମାଳର ଦାରିଙ୍ଗବାଡି ଓ ସୁନ୍ଦରଗଡ଼ କୋଇଡାରେ ତୁଷାରପାତ ହୋଇଛି ।
ଶନିବାର ସିମିଳିଗୁଡ଼ାରେ ରାତି ତାପମାତ୍ରା ୨ ଡିଗ୍ରୀକୁ ଖସି ଆସିଥିଲା । ଗତ ଦୁଇ ଦିନ ହେବ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଥିଲା । ରାଜ୍ୟର ୨୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପାମାତ୍ରା ୧୦ ଦଶମିକ ୫ ଡିଗ୍ରୀକୁ ଖସି ଯାଇଥିବା ବେଳେ କଟକରେ ରାତି ତାପମାତ୍ରା ୧୧ ଦଶମିକ ୫ ରେକର୍ଡ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/1-26.jpg)