କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆଉ ଏକ ଝଟକା । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ଏବେ ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଯୋଗୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଯୋଗୀ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଦାରା ସିଂହ ଚୌହାନ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Advertisment

ଏହାପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ତେବେ ସେ ସମାଜବାଦୀ ପାର୍ଟିରେ ଯୋଗଦେବେ କି ନେଇ ତାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । ଏହାରି ଭିତରେ ସପା ପ୍ରମୁଖ ଅଖିଳେଶ ଯାଦବଙ୍କ ଏକ ଟୁଇଟକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଟୁଇଟରେ ଅଖିଳେଶ ସ୍ୱାମୀପ୍ରସାଦଙ୍କୁ ସମାଜବାଦୀ ପାର୍ଟିକୁ ସ୍ୱାଗତ ବୋଲି ଲେଖିଥିଲେ ।

— ANI UP/Uttarakhand (@ANINewsUP) January 12, 2022

ଅନ୍ୟପଟେ ସେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ସମାଜବାଦୀ ପାର୍ଟିରେ ଯୋଗ ଦେବା ନେଇ କୌଣସି ବି ଘୋଷଣା କରିନାହାଁନ୍ତି । ତାଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ମଧ୍ୟ କହିଛନ୍ତି ତାଙ୍କ ବାପା ସମାଜବାଦୀ ପାର୍ଟିରେ ଏଯାଏଁ ଯୋଗ ଦେଇନାହାଁନ୍ତି । ତେଣୁ ସେ ପୁଣିଥରେ ବିଜେପିକୁ ରିଟର୍ଣ୍ଣ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହା ଏହି ଦଳବଦଳ ରାଜନୀତିକୁ ଆହୁରି ଅଧିକ ଚର୍ଚ୍ଚିତ କରିଛି ।

ସୂଚନାଯୋଗ୍ୟ ଯେ, ବିଜେପି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଫେରାଇ ଆଣିବାକୁ ଦୁଇ ନେତାଙ୍କୁ ଦାୟିତ୍ୱ ଦେଇଛି । ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଖୁବଶୀଘ୍ର ଏହି ଦୁଇ ନେତା ସ୍ୱାମୀ ପ୍ରସାଦଙ୍କୁ ଭେଟିବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିବେ । ତେବେ ସେ ବିଜେପିକୁ ଫେରିବେ, ନା ସାଇକେଲ ଶିବିରରେ ଯୋଗଦେବେ ତାକୁ ନେଇ ଏବେ ବି ପ୍ରଶ୍ନ ଚିହ୍ନ ଲାଗିରହିଛି ।