କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଗିରଫ ହେଲେ ଶ୍ରୀଲଙ୍କାର କ୍ରିକେଟର । ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଧନୁଷ୍କା ଗୁନାତିଲକାଙ୍କୁ ଗିରଫ କରିଛି ସିଡନୀ ପୋଲିସ । ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ରବିବାର ସକାଳେ ଧନୁଷ୍କାଙ୍କ ବିନା ଅଷ୍ଟ୍ରେଲିଆରୁ ଉଡାଣ ଭରିଛି ଶ୍ରୀଲଙ୍କା ଟିମ୍ । ଗୁନାତିଲକା ଶ୍ରୀଲଙ୍କା ଟି-୨୦ରେ ସାମିଲା ହୋଇଥିଲେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳିପାରିନଥିଲେ । ତେବେ ଦଳ ତାଙ୍କୁ ଦେଶକୁ ନ ପଠାଇ ଟିମ୍ ସହ ଯୋଡି ରଖିଥିଲା । ଧନୁଷ୍କାଙ୍କ ବଦଳରେ ଆସେନ ବାନ୍ଦାରାଙ୍କୁ ଦଳରେ ସାମିଲ କରିଥିଲା ଶ୍ରୀଲଙ୍କା ।

Advertisment

ଧନୁଷ୍କା ଏଯାବତ୍ ମୋଟ୍ ୮ଟି ଟେଷ୍ଟ, ୪୭ ଦିନିକିଆ ଓ ୪୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟି-୨୦ରେ ଧନୁଷ୍କାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୭ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ନିଜ ନାଁରେ କରିଛନ୍ତି ।