ଛତିଶଗଡର ଦାନ୍ତେୱାଡାରେ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ! ନକ୍ସଲ୍ କମାଣ୍ଡର ବର୍ଗୀସ୍ ସମେତ ୨ ନକ୍ସଲଙ୍କ ମୃତ୍ୟୁ ।

113

ଛତିଶଗଡର ଦାନ୍ତେୱାଡାରେ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ଗୁରୁବାର ସକାଳୁ ମୁହାଁମୁହିଁ ହୋଇଛି । ଦାନ୍ତେୱାଡାର କୁଆକୋଣ୍ଡା ଥାନାରେ ଧନିକରକାର ଜଙ୍ଗଲରେ ଡିଆରଜିର ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । କଟେକଲ୍ୟାଣ ଥାନା ଏବଂ କୁଆକୋଣ୍ଡା ଥାନାର ବର୍ଡରରେ ସର୍ଚ୍ଚିଙ୍ଗ୍ ପାଇଁ ବାହାରିଥିବା ଡିଆରଜିର ଯବାନଙ୍କ ଉପରେ ପ୍ରଥମେ ନକ୍ସଲ ଫାୟାରିଙ୍ଗ୍ କରିବା ଆରମ୍ଭ କରିଥିଲେ । ଏହାର ଜବାବରେ ଯବାନ ମଧ୍ୟ ପଲଟା ଆକ୍ରମଣ କରିଥିଲେ ।

ଛତିଶଗଡର ଆଣ୍ଟି ନକ୍ସଲ୍ ଅପରେସନ୍ କୁ ଡିଆଇଜି ସୁନ୍ଦରାଜ୍ ଏହି ଘଟଣାର ପୃଷ୍ଟି କରିଥିଲେ । ତେବେ ଏହି ମୁହାଁମୁହିଁରେ ନକ୍ସଲ କମାଣ୍ଡର ବର୍ଗୀସ୍ ସମେତ ୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବାର ଖବର ଆସୁଛି । ଅନ୍ୟ ଜଣେ ନକ୍ସଲ ଏହି ଫାୟାରିଙ୍ଗ୍ ରେ ଗୁରୁତର ଆହତ ହୋଇଥିବା କଥା ମଧ୍ୟ କୁହାଯାଉଛି ।