ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା। ଅନୁଗୁଳ ପୋକତୁଙ୍ଗା ଗାଁରେ ପଶି ବାଇକ୍ ଭାଙ୍ଗିଦେଲା ଗଜରାଜ

ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା। ଅନୁଗୁଳ ପୋକତୁଙ୍ଗା ଗାଁରେ ପଶି ବାଇକ୍ ଭାଙ୍ଗିଦେଲା ଗଜରାଜ

କନକ ବ୍ୟୁରୋ: ଗାଁରେ ହାତୀ ଆତଙ୍କ । ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା ହାତୀ । କିଛି ଦିନ ହେଲା ଅନୁଗୁଳରେ ଦନ୍ତା ଘୁରିବୁଲୁଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଲୋକେ । କେବଳ ଆମ୍ବ ଓ ପଣସ ଖାଇବାକୁ ହାତୀ ପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇ ଚାଲିଛନ୍ତି । ସେହିଭଳି ଗତକାଲି ପୋକତୁଙ୍ଗାରେ ହାତୀ ଗାଁରେ ପଶି ବାଇକ ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହାତୀ ଗୋଟିଏ ପରେ ଗୋଟିଏ ବାଇକ ଭାଙ୍ଗୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ସେଥିରୁ କିଛି ବାଇକ ବନ କର୍ମଚାରୀଙ୍କର ବୋଲି ଜଣାପଡିଛି ।

ଭୟରେ ସ୍ଥାନୀୟ ଲୋକେ ହାତୀ ପାଖକୁ ଯାଇପାରୁନଥିଲେ । ଖାଲି ସେତିକି ନୁହେଁ ସ୍ଥାନୀୟ ଲୋକେ ମଧ୍ୟ ହାତୀ ଭୟରେ ପ୍ରାୟ ସମୟ ବାହାରକୁ ବାହରୁନଥିବା ଜଣାପଡିଛି । ସେପଟେ ବନବିଭାଗର ମଧ୍ୟ ତାଗିଦ ରହିଛି ବାହାରକୁ ବାହାରି ଆମ୍ବ ଗୋଟାଇବାକୁ ବଗିଚା କି ଜଙ୍ଗଲ ନିକଟକୁ ନଯିବାକୁ । ହେଲେ କିଛି ଲୋକ ନମାନିବାରୁ କିଛି ନା କିଛି ଅଘଟଣ ଘଟୁଛି । ହାତୀ ହାବୁଡରେ ପଡି ଜୀବନ ହାନୀ ଘଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe