ଦିନ ଗୋଟାଏ ଯାଏଁ ପରିବା ବିଲରୁ ଛାଡୁନି କୁହୁଡି । ଖରା ହେଲେ ଜଳିଯାଉଛି ପତ୍ର, ଝଡି ପଡୁଛି ଫୁଲ । ଚିନ୍ତାରେ ନୀଳଗିରି ଚାଷୀ

87

କନକ ବ୍ୟୁରୋ : ଚାଷୀଙ୍କୁ କଲବଲ କରୁଛି କୁହୁଡି । ପନିପରିବା ଚାଷ ଆରମ୍ଭରୁ ବାଲେଶ୍ୱର ନିଳଗିରି ବ୍ଲକ ସିଙ୍ଗିରୀ ଅଂଚଳରେ ପାଗ ଅନୁକୁଳ ଥିଲା । ଚଳିତ ବର୍ଷ ଚାଷ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଭଲ ପାଗ ଯୋଗୁଁ ଗଛରେ ଫୁଲଫଳ ଭର୍ତି ହୋଇଥିଲା । ହେଲେ ଫସଲ ଅମଳ ବେଳେ ଅଦିନିଆ ବର୍ଷା ଓ ପ୍ରବଳ କୁହୁଡି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ସକାଳ୬ଟାରୁ ଦିନ ଗୋଟାଏ ଯାଏଁ କୁହୁଡି ହେଉଛି । କୁହୁଡି ଯୋଗୁଁ ଗଛପତ୍ର ଓ ଫୁଲ ଗୁଡିକ ଝଡି ଯାଉଛି । ଫୁଲକୋବି, ଜହ୍ନି, କଲରା ଜାତୀୟ ପରିବା ଗଛର ପତ୍ର ଝଡି ଯାଉଛି । ଫଲକୋବି ଗୁଡିରକ ପତ୍ର ପୋଡି ଯିବା ସହ ରଙ୍ଗ ବଦଳି ଯାଉଛି । କୁହୁଡି ଯୋଗୁଁ ସଂପୂଣ୍ଣ ଫସଲ ନଷ୍ଟ ହୋଇଯିବା ଭୟରେ ଚାଷୀ ତରତର ହୋଇ ପନିପରିବା ତୋଳି କମ୍ ଦରରେ ବେପାରୀଙ୍କୁ ବିକ୍ରି କରି ଦେଉଥିବା କହିଛନ୍ତି ।