ତଣ୍ଡ ଗଣିଲେ ଡାନି ! ନମ୍ବର ପ୍ଲେଟ ନ ଥିବାରୁ ପରିବହନ ବିଭାଗୀୟ କର୍ମଚାରୀଙ୍କୁ ୨୯ ଲକ୍ଷ ଟଙ୍କା ଦେଲେ ଜୋରିମାନା

ତଣ୍ଡ ଗଣିଲେ ଡାନି ! ନମ୍ବର ପ୍ଲେଟ ନ ଥିବାରୁ ପରିବହନ ବିଭାଗୀୟ କର୍ମଚାରୀଙ୍କୁ ୨୯ ଲକ୍ଷ ଟଙ୍କା ଦେଲେ ଜୋରିମାନା

ମହାରାଷ୍ଟ୍ର ନମ୍ବର ପ୍ଲେଟ ନ ଥିବାରୁ ବଲିଉଡ୍ କଳାକାର ଡାନି ଡେନଜୋଙ୍ଗାପାଙ୍କୁ ତଣ୍ଡ ଗଣିବାକୁ ପଡିଛି ୨୯ ଲକ୍ଷ ଟଙ୍କା । ସିକିମରେ ପଞ୍ଜିକରଣ କରାଇ ମୁମ୍ବାଇରେ ବ୍ୟବହାର କରୁଥିବାରୁ ଡାନିଙ୍କ ଲାଣ୍ଡ୍ ରୋଭର ଗାଡିକୁ ପରିବହନ ବିଭାଗୀୟ କର୍ମଚାରୀମାନେ ଜବତ କରିଥିଲେ । ଡାନିଙ୍କ ଚାଳକ ଜୋରିମାନା ଭରଣ କରିବା ପରେ ଗାଡିଟିକୁ ଛଡାଯାଇଥିଲା ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ବିଦେଶୀ ଗାଡି ବ୍ୟବହାର କଲେ ସଡକ ଟିକସ ବାବଦକୁ ଗାଡି ମୂଲ୍ୟର ୨୦ ପ୍ରତିଶତ ଦେବାକୁ ପଡିଥାଏ । ଏଭଳି ନିୟମ ସିକିମ,ଛତିଶଗଡ, ହରିୟାଣା ଓ ଝାଡଖଣ୍ଡରେ ନାହିଁ । ତେଣୁ ଟିକସ ଫାଙ୍କିବା ପାଇଁ ଡାନି ମୂଲ୍ୟବାନ ଗାଡିର ପଞ୍ଜିକରଣ ନିଜ ରାଜ୍ୟରେ କରାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe