ମହାରାଷ୍ଟ୍ର ନମ୍ବର ପ୍ଲେଟ ନ ଥିବାରୁ ବଲିଉଡ୍ କଳାକାର ଡାନି ଡେନଜୋଙ୍ଗାପାଙ୍କୁ ତଣ୍ଡ ଗଣିବାକୁ ପଡିଛି ୨୯ ଲକ୍ଷ ଟଙ୍କା । ସିକିମରେ ପଞ୍ଜିକରଣ କରାଇ ମୁମ୍ବାଇରେ ବ୍ୟବହାର କରୁଥିବାରୁ ଡାନିଙ୍କ ଲାଣ୍ଡ୍ ରୋଭର ଗାଡିକୁ ପରିବହନ ବିଭାଗୀୟ କର୍ମଚାରୀମାନେ ଜବତ କରିଥିଲେ । ଡାନିଙ୍କ ଚାଳକ ଜୋରିମାନା ଭରଣ କରିବା ପରେ ଗାଡିଟିକୁ ଛଡାଯାଇଥିଲା ।
ସୂଚନା ଅନୁସାରେ, ମହାରାଷ୍ଟ୍ରରେ ବିଦେଶୀ ଗାଡି ବ୍ୟବହାର କଲେ ସଡକ ଟିକସ ବାବଦକୁ ଗାଡି ମୂଲ୍ୟର ୨୦ ପ୍ରତିଶତ ଦେବାକୁ ପଡିଥାଏ । ଏଭଳି ନିୟମ ସିକିମ,ଛତିଶଗଡ, ହରିୟାଣା ଓ ଝାଡଖଣ୍ଡରେ ନାହିଁ । ତେଣୁ ଟିକସ ଫାଙ୍କିବା ପାଇଁ ଡାନି ମୂଲ୍ୟବାନ ଗାଡିର ପଞ୍ଜିକରଣ ନିଜ ରାଜ୍ୟରେ କରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Danny-Denzongpa-shells-out-Rs.-29-lakhs-1.jpg)