ଡ୍ୟାନି ଡେନଜୋଙ୍ଗପା, କଙ୍ଗନା ରାଣାୱତଙ୍କ ସମେତ ୧୨ ଜଣ ସଦସ୍ୟ ଏଫଟିଆଇଆଇକୁ ହେଲେ ମନୋନୀତ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି ଚୟନ

ଡ୍ୟାନି ଡେନଜୋଙ୍ଗପା, କଙ୍ଗନା ରାଣାୱତଙ୍କ ସମେତ ୧୨ ଜଣ ସଦସ୍ୟ ଏଫଟିଆଇଆଇକୁ ହେଲେ ମନୋନୀତ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି ଚୟନ

ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ସଂସ୍ଥାନ (ଏଫଟିଆଇଆଇ)ର ସଦସ୍ୟ ଭାବେ ୧୨ ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଭିନେତା ଡ୍ୟାନି ଡେନଜୋଙ୍ଗପା, କଙ୍ଗନା ରାଣାୱତ୍, ଦିବ୍ୟା ଦତ୍ତା, ଅରବିନ୍ଦ ସ୍ୱାମୀ, ଗାୟକ ଅନୁପ ଜଲୋଟା, ୟେସୁଦାସ ଏବଂ ଅର୍ଚ୍ଚନା ରାକେଶ ସିଂହ ପ୍ରମୁଖ ରହିଛନ୍ତି। ନୂଆ ନାମାଙ୍କନ ଏଫଟିଆଇଆଇ ସୋସାଇଟିର ୨୪ ସଦସ୍ୟଙ୍କୁ ନେଇ ସଂପୂର୍ଣ୍ଣ ହୁଏ, ଯେଉଁଥିରେ ୧୨ ଜଣ କାର୍ଯ୍ୟକାରୀ ଅଧିକାରୀ ଓ ୧୨ ଜଣ ପ୍ରାର୍ଥୀ ସାମିଲ ଅଛନ୍ତି ଯେଉଁମାନେ କଳା ଓ ସଂସ୍କୃତି କ୍ଷେତ୍ରରୁ ଆସନ୍ତି ।

publive-image

ଏଫଟିଆଇଆଇ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସୋସାଇଟିରେ ୧୨ ପ୍ରାର୍ଥୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ‘ପ୍ରତିଷ୍ଠାର ବ୍ୟକ୍ତି’ ଶ୍ରେଣୀ ଅଧିନସ୍ଥ ନାମିତ କରାଯାଇଛି, ଯେବେକି ୪ଜଣ ଏଫଟିଆଇଆଇର ପୂର୍ବ ଛାତ୍ର । ଏଫଟିଆଇଆଇ ସୋସାଇଟିର ୨୪ ଜଣ ସଦସ୍ୟ ଅଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏମାନଙ୍କୁ ଚୟନ କରାଯାଇଛି। ଏଫଟିଆଇଆଇର ଅଧ୍ୟକ୍ଷ ଭାବେ ଅନୁପମ୍ ଖେରଙ୍କୁ ନିଯୁକ୍ତି ମିଳିବାର ୧୧ ମାସ ପରେ ଏହି ୧୨ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe