କନକ ବ୍ୟୁରୋ: ଇଣ୍ଟରନ୍ୟାସନାଲ କ୍ରିକେଟରେ କିଛି ନୂଆ ଘଟିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଏଥର ଏଭଳି କିଛି ନୂଆ ହେବାକୁ ଯାଉଛି । ୨୦୨୪ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ଖେଳାଳିଙ୍କ ପ୍ରବେଶ ହେବାକୁ ଯାଉଛି । କାନାଡା ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚରେ କ୍ରିକେଟରେ ଆଉ ଏକ ଐତିହାସିକ ଘଟଣା ଘଟିବ ।

କାନାଡାର ଡେନିୟେଲ ମୈକଗାହେ ଦୁନିଆର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାରେ ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି । ବାଂଲାଦେଶ ବିପକ୍ଷରେ ଟି-୨୦ ବିଶ୍ୱକପ୍ରେ ନିଜର ପରାକ୍ରମ ଦେଖାଇବେ ଡେନିୟେଲ । ୨୯ ବର୍ଷୀୟା ଡାନିୟେଲଙ୍କୁ ଗତ ମାସରେ କ୍ୱାଲିଫାୟର ପାଇଁ କାନାଡା ମହିଳା ଟିମରେ ସାମିଲ କରାଯାଇଛି । ପୁରୁଷରୁ ମହିଳା ଖେଳାଳି ହେବାକୁ ସେ ଆଇସିସିର ସମସ୍ତଙ୍କ ମାନଦଣ୍ଡକୁ ପୂରଣ କରିବା ପରେ ଟିମରେ ସ୍ଥାନ ପାଇଛନ୍ତି ।publive-image

କ୍ୱାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟ ଲସ୍ ଆଞ୍ଜେଲ୍ସରେ ସେପ୍ଟେମ୍ବର ୧୧ଯାଏଁ ଖେଳାଯିବ । ଏଥିରେ ବୈଶ୍ୱିକ କ୍ୱାଲିଫାୟରରେ ସ୍ଥାନ ପାଇବାକୁ ହେଲେ କାନାଡାକୁ ଆର୍ଜେଣ୍ଟିନା, ବ୍ରାଜିଲ, ଆମେରିକାର ସାମ୍ନା କରିବାକୁ ପଡିବ । ତେବେ କାନାଡା ଟିମରେ ସ୍ଥାନ ପାଇ ନିଜକୁ ଖୁବ୍ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି କହିଛନ୍ତି ଡାନିୟେଲ । ସୂଚନା ମୁତାବକ, ଡାନିୟେଲ ୨୦୨୦ ଫେବୃଆରୀରେ ଅଷ୍ଟ୍ରେଲିଆରୁ କାନାଡା ଆସିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ସେ ପୁରୁଷରୁ ମହିଳା ହେଲେ ।