ସଂସଦରେ ଥମୁନି ଆଦାନୀ ଝଡ଼। ଜେପିସି ତଦନ୍ତ ଜିଦରେ ବିରୋଧୀ, ଅଧାରୁ ବନ୍ଦ ହେଲା ଗୃହକାର୍ଯ୍ୟ।

143

କନକ ବ୍ୟୁରୋ: ଚଳିତ ସପ୍ତାହର ପ୍ରଥମ ଦିନରୁ ଅଚଳ ହୋଇଛି ସଂସଦର ଉଭୟ ଗୃହ । ଆଦାନୀ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି ବିରୋଧୀ । ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ଗୁଡିକ ଆଦାନୀ ମାମଲାରେ ଜେପିସି ଗଠନ ଦାବି ନେଇ ହଟଗୋଳ କରିଛନ୍ତି । ପ୍ରଥମେ ଦିିନ ୨ଟା ଓ ପରେ ମଙ୍ଗଳବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ଜବାବ ରଖନ୍ତୁ ଓ ଜେପିସି ଗଠନ କରନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି

ବିଦେଶରେ ରାହୁଲ ଦେଶ, ସେନା ଓ ସରକାର ବିରୋଧରେ ଯେଉଁ ବୟାନ ଦେଇଛନ୍ତି ତାହା ଗ୍ରହଣନୀୟ ନୁହେଁ କହି ବିଜେପି କ୍ଷମା ଦାବିକରୁଛି । ସେପଟେ ସଂସଦରେ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିବାକୁ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଥିଲେ । ରାହୁଲ ସଂସଦର ୩୫୬ନିୟମ ଆଧାରରେ ଅନୁମତି ମାଗିଥିଲେ । କିନ୍ତୁ ଏହାକୁ ଖାରଜ କରିଛନ୍ତି ଲୋକସଭା ବାଚସ୍ପତି । କ୍ଷମା ନମାଗିବା ପର୍ଯ୍ୟନ୍ତ କହିବାକୁ ଅନୁମତି ମିଳିବନି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଚସ୍ପତି ଏନେଇ ଲୋକସଭାରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।

ଗୋଟେ ପଟେ ଆଦାନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ବିରୋଧୀ ଘେରୁଥିବାବେଳେ ଅନ୍ୟପଟେ ସରକାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଜବାବ ଦାବି କରୁଛି ଓ କ୍ଷମା ପ୍ରାର୍ଥନା ପାଇଁ ଅଡିବସିଛି । ଏହା ଭିତରେ ବଜେଟ ଅଧିବେଶନର ପ୍ରଥମ ଚରଣ ହଟଗୋଳ ଭିତରେ ଶେଷ ହୋଇଥିବାବେଳେ ୨ୟ ଚରଣରେ ମଧ୍ୟ ସମାନ ସ୍ଥିତି ଜାରି ରହିଛି ।