କନକ ବ୍ୟୁରୋ : ରାୟଗଡ଼ା କଲ୍ୟାଣସିଂହପୁରରେ ଡଙ୍ଗରିଆ କନ୍ଧମାନେ ଭୋଟ ବାକ୍ସ ନେଇଯିବା ଘଟଣାରେ ଜିଲ୍ଲା ନିର୍ବାଚନ ଅଧିକାରୀ ପଦକ୍ଷେପ ନେଇଛନ୍ତି । ସେଠାରେ ପୁଣି ଥରେ ମତଦାନ ପାଇଁ ସେ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି । ଭୋଟର ତାଲିକାରେ ନାଁ ନଥିବାରୁ ବାଲାଟ ବାକ୍ସ ଟେକି ନେଇ ଯାଇଥିଲେ ଡ଼ଙ୍ଗରିଆ କନ୍ଧ । କଲ୍ୟାଣସିଂହପୁର ବ୍ଲକ ୧୪ ନମ୍ବର ବା ରାଇଲିମା ବୁଥର ଭୋଟର ତାଲିକାରେ ନାଁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଡଙ୍ଗରିଆ । ଏହାପରେ ପୁଲିସ ସାମ୍ନାରେ ବୁଥ ବାକ୍ସକୁ ଉଠାଇ ନେଇଥିଲେ ।