ବାଉଁଶ ପୋଲରେ ପ୍ରତିଦିନ ବିପଦଶଙ୍କୁଳ ଯାତ୍ରା । କଂଟାପଡା ଶିରୋସୁନ୍ଦରପୁର ଗାଁର ଅଭାବନୀୟ ଦୃଶ୍ୟ : କେନାଲ ଉପରେ ପୋଲ ପାଇଁ ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ

167

କନକ ବ୍ୟୁରୋ : କେନାଲ ପାରି ହେବାକୁ ପ୍ରତିଦିନ ବିପଦସଙ୍କୁଳ ଯାତ୍ରା । ଏକ ବାଉଁଶ ପୋଲରେ ନୀତିଦିନ ଯିବା ଆସିବା କରୁଛନ୍ତି ପିଲାଠୁ ବୁଢା ସମସ୍ତେ । କଂଟାପଡା ବ୍ଲକ ଗୋବିନ୍ଦପୁର ପଂଚାୟର ଶିରୋସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଶିରୋସୁନ୍ଦରପୁର ଗାଁର ବାରଘରିଆ ସାହିକୁ ଯିବାକୁ ହେଲେ ଏହି କେନଲା ଉପରେ ଥିବା ବାଉଁଶ ପୋଲ ଦେଇ ଯିବାକୁ ହୁଏ ।

ଦୈନନ୍ଦିନ ଆବଶ୍ୟକତା ଓ ରୋଜଗାର ପାଇଁ ସାହି ବାହାରକୁ ଯିବାକୁ ହେଲେ ଏହି ବାଉଁଶ ପୋଲ ଲୋକଙ୍କ ସାହା ଭରସା । କେନାଲ ଉପରେ ଏକ ପୋଲଟିଏ ନିର୍ମାଣ କରିବା ପାଇଁ ସାହିବାସୀ ସ୍ଥାନୀୟ ଜନ ପ୍ରତିିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ଜଣାଇଛନ୍ତି । ହେଲେ କେହି ନଶୁଣିବାରୁ ବାଧ୍ୟ ହୋଇ ସାହିବାସିନ୍ଦା ଏକ ବାଉଁଶ ପୋଲ କରି ଯାତାୟତ କରୁଛନ୍ତି ।