କନକ ବ୍ୟୁରୋ : କେନାଲ ପାରି ହେବାକୁ ପ୍ରତିଦିନ ବିପଦସଙ୍କୁଳ ଯାତ୍ରା । ଏକ ବାଉଁଶ ପୋଲରେ ନୀତିଦିନ ଯିବା ଆସିବା କରୁଛନ୍ତି ପିଲାଠୁ ବୁଢା ସମସ୍ତେ । କଂଟାପଡା ବ୍ଲକ ଗୋବିନ୍ଦପୁର ପଂଚାୟର ଶିରୋସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଶିରୋସୁନ୍ଦରପୁର ଗାଁର ବାରଘରିଆ ସାହିକୁ ଯିବାକୁ ହେଲେ ଏହି କେନଲା ଉପରେ ଥିବା ବାଉଁଶ ପୋଲ ଦେଇ ଯିବାକୁ ହୁଏ ।
ଦୈନନ୍ଦିନ ଆବଶ୍ୟକତା ଓ ରୋଜଗାର ପାଇଁ ସାହି ବାହାରକୁ ଯିବାକୁ ହେଲେ ଏହି ବାଉଁଶ ପୋଲ ଲୋକଙ୍କ ସାହା ଭରସା । କେନାଲ ଉପରେ ଏକ ପୋଲଟିଏ ନିର୍ମାଣ କରିବା ପାଇଁ ସାହିବାସୀ ସ୍ଥାନୀୟ ଜନ ପ୍ରତିିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ଜଣାଇଛନ୍ତି । ହେଲେ କେହି ନଶୁଣିବାରୁ ବାଧ୍ୟ ହୋଇ ସାହିବାସିନ୍ଦା ଏକ ବାଉଁଶ ପୋଲ କରି ଯାତାୟତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/6-10.jpg)