କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ଠିକ୍ ୫୦୦ ମିଟର ଦୂରରେ ରହିଛି ମରଣଯନ୍ତା । ସିଟି ହାଇସ୍କୁଲ ଖେଳ ପଡ଼ିଆ ଠାରୁ ଆମ୍ବ ମାର୍କେଟ ପର୍ଯ୍ୟନ୍ତ ରାସ୍ତା କାମ ବର୍ଷ ବର୍ଷ ଧରି ଅଧାରେ ଅଟକିଛି । ଆଉ ସେହି ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯିବା ଆସିବା କରୁଛନ୍ତି ଲୋକ ।
ବ୍ରହ୍ମପୁର ମହାନଗର ନିଗମ ୧୨ ଓ ୧୩ ନମ୍ବର ୱାର୍ଡର ରାସ୍ତା କଡରେ ଉପରମୁହାଁ ଲୁହା ଛଡ଼ । ରାସ୍ତା କାମ ଅଧାରେ ଅଟକି ଥିବାରୁ ଏହା ଲୋକଙ୍କୁ ଭୟଭିତ କରୁଛି । ଆପଣମାନେ ଜାଣନ୍ତି ଏହି ରାସ୍ତା କଡରେ ରହିଛି ୨ ଟି ସିନେମା ହଲ, ବ୍ୟାଙ୍କ, ସ୍କୁଲ, ଖେଳ ପଡ଼ିଆ, ମନ୍ଦିର, କଲ୍ୟାଣ ମଣ୍ଡପ ଓ ବହୁ ହୋଟେଲ । ତେଣୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ୫ ହଜାରରୁ ଅଧିକ ଲୋକ ଯାତାୟାତ କରୁଥିବା ବେଳେ ଅନେକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି ।
ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳ ପଡ଼ିଆ ଠାରୁ ଆମ୍ବ ମାର୍କେଟ ପର୍ଯ୍ୟନ୍ତ ରାସ୍ତା କାମ ହେଉଛି । ୫ ବର୍ଷ ପୂର୍ବରୁ କାମ ଆରମ୍ଭ ହୋଇଛି ଯେ, ଏଯାଏଁ ସରିନାହିଁ । କାମ ଅଧାରୁ ବନ୍ଦ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢୁଛି । ତଥାପି ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଅନ୍ୟପଟେ ୩୧ କୋଟିର ଅନୁଦାନ ଆସିଛି, ଖୁବ ଶିଘ୍ର କାମ ଆରମ୍ଭ ହେବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/vlcsnap-2021-09-28-18h36m08s234.png)