ପିଞ୍ଜରାରେ କାବୁ ହେଲେ ବାନର ରାଜା ! କରୁଥିଲେ ଉତ୍ପାତ, ଲୋକେ ଥିଲେ ଭୟଭୀତ

54

କନକ ବ୍ୟୁରୋ : ଶେଷରେ କାବୁ ହେଲା ମାଙ୍କଡ । ୩୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଆହତ କରିଥିବା ମାଙ୍କଡକୁ ଶେଷରେ କାବୁ କଲେ ମାଙ୍କଡିଆ ଓ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସୋର ଏନଏସିର ରାଇପୁର ଗାଁରେ ଏକ ମାଙ୍କଡ ଗତ ୭ଦିନ ହେଲା ଉତ୍ପାତ କରୁଥିଲା । ଏହି ମାଙ୍କଡ ଆକ୍ରମଣରେ ୩୦ରୁ ୪୦ଜଣ ଲୋକ ଆହତ ହୋଇଥିଲେ ।

ଏପରିକି ଭୟରେ ପିଲାମାନେ ସ୍କୁଲକୁ ଯିବା ବନ୍ଦ କରିଦେଇଥିଲେ । ମାଙ୍କଡ ଧରିବାରେ ବନବିଭାଗ କର୍ମଚାରୀ ଓ ୨୦ଜଣ ମାଙ୍କଡିଆ ନିୟୋଜିତ ହୋଇଥିଲେ । ଏବଂ ଶେଷରେ ମାଙ୍କଡଟିକୁ ଧରିବାରେ ସଫଳ ହୋଇଛନ୍ତି । ମାଙ୍କଡକୁ ଧରିବା ବେଳେ ମାଙ୍କଡଟି ଆହତ ମଧ୍ୟ ହୋଇଛି । ତେବେ ତାର ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ବନବିଭାଗ କହିଛି ।