କେତେ ଭୟଙ୍କର ଏହି ରୋଗ ! ଏମିତି ଯନ୍ତ୍ରଣା ହୁଏ ଯେ, ଆତ୍ମହତ୍ୟା କରିଦିଏ ରୋଗୀ

84

ଆଗରୁ କ୍ୟାନସରକୁ ସବୁଠାରୁ ମାରତ୍ମକ ରୋଗ କୁହାଯାଉଥିଲା। କାରଣ ଏହି ରୋଗରେ ପୀଡ଼ିତ ବ୍ୟକ୍ତିର ମୃତ୍ୟୁ ହେଉଥିଲା । କିନ୍ତୁ ଏବେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇଛି । କିନ୍ତୁ ଆମେ ଏବେ ଯେଉଁ ରୋଗ କଥା କହିବାକୁ ଯାଉଛୁ ସେହି ରୋଗରେ ପୀଡିତ ବ୍ୟକ୍ତି ମରିବା ପୂର୍ବରୁ ନିଜ ଜୀବନ ହାରିଦିଏ । ଯଦି କେବେ ହାତରେ କିମ୍ବା ଗୋଡ଼ରେ ନିଆଁ ଲାଗିଯାଏ ତା’ହେଲେ ଜଳାପୋଡା ହୋଇଯାଏ । ଠିକ୍ ସେହିପରି ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ଜଳାପୋଡା ହୋଇଥାଏ, ସତେ ଯେପରି ଶରୀରରେ କିଏ ନିଆଁ ଲଗେଇ ଦେଉଛି ।

ଆମେରିକରେ ପ୍ରଥମେ ଜଣେ ମହିଳା ଏହି ରୋଗରେ ଆକ୍ରାନ୍ତ ହେବା ପରେ ରୋଗର ଭୟାବହତା ସାମ୍ନାକୁ ଆସିଥିଲା। ଏହି ରୋଗଟି ହେଲା କଂପ୍ଲେକ୍ସ ରିଜିଓନାଲ୍ ପେନ୍ ସିନଡ୍ରୋମ୍ । ବିଶେଷଜ୍ଞ କହିବା ଅନୁସାରେ ଏହି ରୋଗରେ ପୀଡିତ ଅଧିକାଂଶ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ଏଥି ପାଇଁ ଏହି ରୋଗକୁ ‘ସୁଇସାଇଡ ଡିଜିଜ୍’ ବୋଲି କୁହାଯାଏ।ସିଆରପିଏସକୁ ଦୁନିଆର ସବୁଠୁ ଭୟଙ୍କର ରୋଗ ବୋଲି କୁହାଯାଏ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିର ଶରୀରରେ ସବୁବେଳେ ଜଳାପୋଡା ଲାଗିରହିଥାଏ । ଆମେରିକାର ଆରେଜୋନାରେ ରହୁଥିବା ୨୯ ବର୍ଷୀୟ କାୟଲ ହସନ ବିଗତ ଦୁଇ ବର୍ଷ ହେବ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ତାଙ୍କର ଗୋଟେ ହାତରେ ଏହି ରୋଗ ଦେଖାଯାଇଥିଲା ଏବେ ଦେଖୁ ଦେଖୁ ସାରା ଶରୀରରେ ବ୍ୟାପି ଯାଇଛି । ଡାକ୍ତର କହିବା ଅନୁଯାୟୀ, ଏହି ରୋଗ ତାଙ୍କ ଶରୀରରେ ଏବେ ଶେଷ ଅବସ୍ଥାରେ ପହଞ୍ଚିଛି ।

ଦୁଇ ବର୍ଷ ପୂର୍ବରୁ ତାଙ୍କ ହାତ କବାଟରେ ଫସିଯାଇଥିଲା। ମଲମ ପଟି କରି ସେ ହାତର ଖଣ୍ଡିଆକୁ ଭଲ କରିଦେଇଥିଲେ । କିନ୍ତୁ ଏହି ଘଟଣା ତାଙ୍କ ଜୀବନକୁ ନଷ୍ଟ କରିଦେବ ସେ କେବେ ଭାବି ନ ଥିଲେ । ଏବେ ସେ ଏହି ନିଷ୍ପତ୍ତି ନେଇଛନ୍ତି କି ଯେ ପର୍ୟ୍ୟନ୍ତ ତାଙ୍କ ନିଶ୍ୱାସ ଚାଲୁଥିବ ସେ ପର୍ୟ୍ୟନ୍ତ କଷ୍ଟ ସହ ବଞ୍ଚିବାକୁ ଚେଷ୍ଟା କରିବେ।