ଦୁନିଆର ସବୁଠାରୁ ଭୟଙ୍କର ସ୍ଥାନ, ବୁଲିବାକୁ ଡରନ୍ତି ଲୋକ

577

କନକ ବ୍ୟୁରୋ: ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ଅତି ଭୟଙ୍କର । ଆଉ ଯେଉଁଠିକୁ ଗଲେ ଆପଣଙ୍କ ଗଲେ ଆପଣଙ୍କ ହୋସ ଉଡିଯିବ । ଆଉ ସେହି ସ୍ଥାନ ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ତେବେ ଆସନ୍ତୁ ଆଜି ସେମିତି କିଛି ସ୍ଥାନ ବିଷୟରେ ଆଲୋଚନା କରିବା ।

ଭିଲ୍ଲାରିକା ଭୋଲକାନୋ

ଏହା ଏକ ଲାଭା ଲେକ । ଏହା ଚିଲ୍ଲୀରେ ଅବସ୍ଥିତ । ପ୍ରକୃତି ପ୍ରିୟ ଲୋକଙ୍କ ପାଇଂ ଏହା ଏକ ଆକର୍ଷଣୀୟ ସ୍ଥାନ । ଏହା ଉପରୁ ହେଲକପ୍ଟରରେ ଜମ୍ପ କରିବା ସବୁଠାରୁ ଭୟାନକ ହୋଇଥାଏ । ହେଲେ ଲୋକମାନେ ଏଭଳି ଦୁଃସାହାସିକ କ୍ରୀଡା କରିଥାନ୍ତି ।

ମାଉଣ୍ଟ ହୁଆ 

ଏହା ଦୁନିଆର ସବୁଠାରୁ ଭୟାନକ ଉଚ୍ଚ ସ୍ଥାନ ମାନଙ୍କ ମଧ୍ୟରେ ଅନ୍ୟତମ । ଏହି ସ୍ଥାନ ଚୀନରେ ରହିଛି । ଯଦି ଆପଣଙ୍କୁ ଉଚ୍ଚତାକୁ ଡର ଲାଗିଥାଏ ତେବେ କେବେ ବି ଏଭଳି ସ୍ଥାନକୁ ଯାନ୍ତୁନାହିଁ । ଏଠାରେ ପ୍ଲାଙ୍କ ୱାଲ୍କ କରିବା ସବୁଠାରୁ ଭୟାନକ ।

ସ୍ନେକ ଆଇଲାଣ୍ଡ 

ଏ ସ୍ଥାନ ମଧ୍ୟ ଦୁନିଆର କିଛି ଭୟଙ୍କ ସ୍ଥାନ ମାନଙ୍କ ମଧ୍ୟରେ ଅନ୍ୟତମ । ଏହା ବ୍ରାଜିଲରେ ଅବସ୍ଥିତ । ଏଠାରେ ଆପଣଙ୍କୁ କେବଳ ବିଷଧର ସାପ ଦେଖିବାକୁ ମିଳିବେ । କୁହାଯାଏ ଦୁନିଆର ସାପମାନଙ୍କ ସଂଖ୍ୟା ଏଠାରେ ସବୁଠାରୁ ଅଧିକ । ଗଛ ପାହାଡ ସବୁଠାରୁ ମେଞ୍ଚା ମେଞ୍ଚା ସାପ ଆପଣ ଦେଖିବାକୁ ପାଇବେ ।