୪ ଟି ବନ୍ଦରରେ ବିପଦ ସଙ୍କେତ ଜାରି । ପୁରୀ, ଗୋପାଳପୁରରେ ୭ନଂ ଓ ପାରାଦୀପ , ଧାମରାକୁ ୪ ନଂ ବିପଦ ସଙ୍କେତ ।

159

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା ଜୱାଦ । ଏନେଇ ଓଡିଶାର ୪ଟି ବନ୍ଦରକୁ ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ ଓ ଗୋପାଳପୁରରେ ୭ନଂ ଓ ପାରାଦୀପ ଓ ଧାମରାରେ ୭ ନଂ ବିପଦ ସଙ୍କେତ ଜାରି କରାଯାଇଛି ।

ବାତ୍ୟା ପାଇଁ ଉପକୂଳବର୍ତ୍ତୀର୍ ସମସ୍ତ ଅଞ୍ଚଳକୁ ଆଲର୍ଟ କରିଛି ପ୍ରଶାସନ । ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ର ଭିତରୁ ଫେରିଆସିଥିବାବେଳେ ଆଗାମୀ ୨ -୩ ଦିନ ପାଇଁ ସମୁଦ୍ରକୁ ନଯିବାକୁ ଆଲର୍ଟ କରାଯାଇଛି । ଏଠିକାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ବିଶେଷ କରି ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ । ତେବେ ଆସନ୍ତା କାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଦେଇ ବାତ୍ୟା ଜୱାଦ ଗତିକରିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।