ନିୟମଗିରି ପାରସଲି ପଂଚାୟତରେ ଏକଜୁଟ୍ ହେଲେ ଶହ ଶହ ଡଙ୍ଗରିଆ । ମିଥ୍ୟା ଅଭିଯୋଗରେ ମକଦ୍ଦମାକୁ ବିରୋଧ କରି ଡଙ୍ଗରିଆଙ୍କ ମେଳି

81

କନକ ବ୍ୟୁରୋ : ରାୟଗଡା କଲ୍ୟାଣସିଂପୁର ନିୟମଗିରି ପାରସଲି ପଂଚାୟତରେ ଡଙ୍ଗରିଆଙ୍କ ମେଳି । ନୀରିହ ଆଦିବାସୀଙ୍କ ଉପରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ନକରାଗଲେ ଭୋଟ୍ ବର୍ଜନ ପାଇଁ ଚେତାବନୀ । ନିୟମଗିରି ଅଂଚଳର ପ୍ରାୟ ୩୮ ଖଣ୍ଡ ଗାଁର ଲୋକ ଏହି ପ୍ରତିବାଦ ସଭାରେ ସାମିଲ ହୋଇ ସ୍ୱର ଉତୋଳନ କରିଛନ୍ତି । ଅନେକ ସମୟରେ ଜଳ, ଜଙ୍ଗଲ, ଜମି ପାଇଁ ଲଢେଇ କରି ଆସୁଥିବା ଡଙ୍ଗରିଆ ମାନଙ୍କୁ ମାଓ ସମର୍ଥକ କହି ପୋଲିସ ଉଠାଇ ନେବା ସହିତ ମିଥ୍ୟା ମକଦ୍ଦମା ରୁଜୁ କରି ନିର୍ଯ୍ୟାତନା ଦେଉଛି । ଏହି ସମସ୍ତ ମିଥ୍ୟା ମାମଲାକୁ ପ୍ରତ୍ୟାହାର କରାନଗଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିୟମଗିରି ସୁରକ୍ଷା ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି । ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ବି ନିୟମଗିରିର ବିକାଶ ହୋଇନଥିବା ମଧ୍ୟ ଅଭିଯୋଗ କରାଯାଇଛି । କଲ୍ୟାଣସିଂପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଘଟଣା ସ୍ଥଳରେ ପହଁଚି ଡଙ୍ଗରିଆ ମାନଙ୍କୁ ବୁଝାସୁଝା କରିଛନ୍ତି ।