ଡଙ୍ଗରିଆଙ୍କୁ ଭରସା ନିୟମଗିରି । ଜୀବିକା ଯୋଗାଉଛି ସପୁରି, ଶୀତଳଭଣ୍ଡାର ଅଭାବରୁ ମିଳୁନି ଉଚିତ୍ ମୂଲ୍ୟ

155

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ମଝିରେ ଥିବା ନିୟମଗିରି ପାହାଡ଼ରେ ବସବାସ କରନ୍ତି ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ନିୟମଗିରି ପାହାଡ଼ ଏମାନଙ୍କ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ପାହାଡ଼ରୁ ଫଳମୂଳ ଓ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ଏମାନେ ଜୀବିକା ନିର୍ବାହ କରନ୍ତି । ତେବେ ସପୁରି ଚାଷ ଏମାନଙ୍କର ଏକ ପ୍ରମୁଖ ଚାଷ । ପାହାଡ଼ରେ ଥିବା ସପୁରି ବାଡ଼ରୁ ଏମାନେ ସପୁରି ଅମଳ କରନ୍ତି । ଡଙ୍ଗରିଆ ମହିଳା ଏବଂ ପୁରୁଷ ମାନେ ପାହାଡ଼ରୁ ସପୁରି ତୋଳିବା ପରେ ସାଇକେଲ କିମ୍ବା ନିଜେ ମୁଣ୍ଡରେ ବୋହି ଆଣନ୍ତି । ସ୍ଥାନୀୟ ବଜାରରେ ଗୋଟିଏ ଗୋଟିଏ ସପୁରିକୁ ୧୫ରୁ ୨୦ ଟଙ୍କାରେ ବିକ୍ରି କରି କିଛି ପଇସା ରୋଜଗାର କରନ୍ତି । ଆଉ ଏଥିରେ ଚଳେ ଏମାନଙ୍କ ତେଲତୁଣର ସଂସାର ।

ଜନଜାତି ମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସରକାର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଜରିଆରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଶୀତଳଭଣ୍ଡାର , ପ୍ରକ୍ରିୟାକରଣ ୟୂନିଟ୍ ଓ ବଜାର ବ୍ୟବସ୍ଥା ନଥିବାରୁ ଏମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଫଳରେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟକୁ କମ୍ ଦରରେ ସପୁରି ବିକ୍ରି କରିଥାଆନ୍ତି ଡ଼ଙ୍ଗରିଆ ଜନଜାତିର ଲୋକେ ।