ଏମିତି ବି ହୁଏ ବାହାଘର : ବିବାହ ପାଇଁ ଡଙ୍ଗରିଆ ଯୁବତୀଙ୍କୁ ୧୨ କିଲୋମିଟର ରାସ୍ତା ଟେକି ଟେକି ନେଲେ ବର ପକ୍ଷ

40

କନକ ବ୍ୟୁରୋ : ପରମ୍ପରା ଆଳରେ ଆଇନକୁ ଫୁ  । ନିଜ ଇଚ୍ଛାରେ ବିବାହ ପାଇଁ ଡଙ୍ଗରିଆ ଯୁବତୀଙ୍କୁ ଉଠାଇ ନେଲେ ଡଙ୍ଗରିଆ ଯୁବକ । ଯୁବତୀ ଓ ତାଙ୍କ ପରିବାରର ଅନିଚ୍ଛା ସତ୍ୱେ ଯୁବତୀଙ୍କୁ ନିୟମଗିରି ପାହାଡରୁ ଉଠାଇ ନେଲେ ଯୁବକ । ଏମିତି ବି ହୁଏ ବାହାଘର । ଏମିିତି ଏକ ବିବାହର ଦୃଶ୍ୟ ଦେଖିବାକୁ ମିଳିଛି ନିୟମଗିରି ପାର୍ସାଲି ପଂଚାୟତର ଡେଭାପଡା ଗାଁରେ । ଡଙ୍ଗରିଆ ବିବାହ ପରମ୍ପରା ଅନୁଯାୟୀ ମଙ୍ଗଳବାର ଦିନ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି  । ଯେଉଁ ବିବାହ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।

ଡେଭାପଡା ଗାଁର ଜଣେ ଡଙ୍ଗରିଆ ଯୁବତୀଙ୍କୁ, ସୁନାଖଣ୍ଡି ପଂଚାୟତ ରାଇଲିମା ଗାଁର ମନ୍ଦରି ହୁଇକା ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ  । ଏଥିରେ ଯୁବତୀଙ୍କ ପରିବାର ଅରାଜି ହେବାରୁ ମନ୍ଦରିଙ୍କ ପରିବାର ଲୋକେ ଜୋରଜବରଦସ୍ତ ପ୍ରାୟ ୧୨କିଲୋମିଟର ପାହାଡିଆ ରାସ୍ତାରେ ଉଠାଇ ଆଣି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି  । ଏହି ଦୃଶ୍ୟକୁ ନିୟମଗିରି ସମସ୍ତେ ଡଙ୍ଗରିଆ କନ୍ଧ ଦେଖିଥିଲେ ସୁଦ୍ଧା କେହିବି ବିରୋଧ କରିନଥିଲେ । କାରଣ ଏହା ହେଉଛି ଡଙ୍ଗରିଆ ବିବାହର ଆଉ ଏକ ପରମ୍ପରା  ।

ଡଙ୍ଗରିଆ ପରମ୍ପରା ଅନୁସାରେ ଡଙ୍ଗରିଆ ଧାଙ୍ଗଡା ଯେଉଁ ଧାଙ୍ଗଡିଙ୍କୁ ପସନ୍ଦ କରିବ ତାକୁ ଉଠାଇ ନେଇ ବିବାହ କରିପାରିବ । ସେହି ଯୁବତୀ ଓ ତାଙ୍କ ପରିବାର ବର୍ଗଙ୍କ ଇଚ୍ଛା ଥାଉ ବା ନଥାଉ । ବିବାହ ପରେ ମସମ୍ପୃକ୍ତ ଯୁବତୀଙ୍କ ପରିବାରକୁ ମଦ, ଚାଉଳ, ପୋଢ ଓ ଟଙ୍କା ଦେଇ ବିବାଦର ଆପୋଷ ସମାଧାନ କରାଯାଇଥାଏ  ।