୧୯ ବର୍ଷରେ ଆଖିବୁଜିଲେ ଦଙ୍ଗଲ ସିନେମାର କୁନି ବବିତା ଫୋଗାଟ, ଜାଣନ୍ତୁ ମୃତ୍ୟୁର କାରଣ

1,844

କନକ ବ୍ୟୁରୋ : ମନୋରଞ୍ଜନ ଦୁନିଆରୁ ଏକ ବୁହୁତ ବଡ ଦୁଃଖର ଖବର ଆସିଛି । ଆମୀର ଖାନଙ୍କ ସୁପରହିଟ ଫିଲ୍ମ ଦଙ୍ଗଲରେ ଅମୀର ଖାନଙ୍କ ଝିଅ ବବିତା ଫୋଗାଟଙ୍କ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟନାଗରଙ୍କର ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସୁହାନୀ କିଛିଦିନ ଧରି ଅସୁସ୍ଥ ଥିଲେ । ସୁହାନୀ କିଛିଦିନ ହେଲା ଏମ୍ସରେ ଚିକିସ୍ଥିତ ହେଉଥିଲେ । କିନ୍ତୁ ଅନେକ ଚେଷ୍ଟା ସତ୍ୱେ ମଧ୍ୟ ଡାକ୍ତରମାନେ ସୁହାନୀଙ୍କୁ ବଂଚାଇ ପାରିନଥିଲେ । ସୁହାନିଙ୍କ ମୃତ୍ୟୁରେ ପୁରା ବଲିଉଡ ଦୁଃଖ ପ୍ରକାଶ କରିଛି । ସୁହାନୀଙ୍କ ପ୍ରଶଂସକମାନେ ଗଭୀର ଭାବରେ ଚକିତ ହୋଇଯାଇଛନ୍ତି ଏହି ଖବର ଶୁଣି । ଦୀର୍ଘ ଦିନର ଅସୁସ୍ଥତା ପରେ ସୁହାନୀଙ୍କର ମୃତ୍ୟୁ ହୋଇଛି ।

ସୁହାନୀଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକମାନେ ପୁରାପୁରି ଭାଙ୍ଗି ପଡିଛନ୍ତି । ତାଙ୍କ ପିତା ମାତାଙ୍କ ଅବସ୍ଥା କାନ୍ଦି କାନ୍ଦି ଖରାପ ହୋଇପଡିଲାଣି । ସୂଚନା ଅନୁସାରେ ସୁହାନୀ ତାଙ୍କ ପରିବାର ସହ ଫରିଦାବାଦରେ ରହୁଥିଲେ । ରିପୋର୍ଟରୁ ଜଣାପଡିଛି କି ସୁହାନୀଙ୍କ ଅନ୍ତିମ ସଂସ୍କାର ଅଜ୍ରୋଣ୍ଡା ସ୍ୱର୍ଗ ଆଶ୍ରମରେ ଅନୁଷ୍ଠିତ ହେବ । କୁହାଯାଉଛି କି ସୁହାନୀଙ୍କର କିଛି ଦିନ ପୁର୍ବରୁ ଗୋଡ ଭାଙ୍ଗି ଯାଇଥିଲା ଏବଂ ଏଥି ପାଇଁ ସେ ମେଡିସିନ୍ ଖାଉଥିଲେ । ମେଡିସିନ ରିଆକ୍ସନ ହେବାରୁ ତାଙ୍କର ସମ୍ପୂର୍ଣ୍ଣ ଶରୀର ପାଣିରେ ପରିପୂର୍ଣ୍ଣ ହୋଇଯାଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

୨୦୧୬ ରେ ମୁକ୍ତିଲାଭ କରିଥିବା ଆମୀର ଖାନଙ୍କ ଫିଲ୍ମ ଦଙ୍ଗଲ ସହିତ ସୁହାନୀ ଭଟନଗର ବଲିଉଡରେ ଡେବ୍ୟୁ କରିଥିଲେ । ଅଭିନୟ କରିବା ସହ ସୁହାନୀ ଗୀତ ଏବଂ ନୃତ୍ୟକୁ ବହୁତ ଭଲ ପାଉଥିଲେ । ଏହି ଚଳଚିତ୍ର ବ୍ୟତୀତ ସୁହାନୀ ଅନେକ ବିଜ୍ଞାପନ ମଧ୍ୟ କରିଥିଲେ । ହେଲେ ଦଙ୍ଗଲ ଫିଲ୍ମ ମାଧ୍ୟମରେ ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ନିରୀହତା ଏବଂ ଅଭିନୟକୁ ପ୍ରଶଂସକମାନେ ଅନେକ ପସନ୍ଦ କରିଥିଲେ ।