‘ଦଙ୍ଗଲ’ ଗାର୍ଲଙ୍କୁ ଅସଦାଚରଣ ମାମଲାରେ ଗିରଫ ହେଲା ଅଭିଯୁକ୍ତ ! ଆଜି ହେବ କୋର୍ଟରେ ହାଜର

ବଲିଉଡ ଛାଡିଲେ ଦଙ୍ଗଲ ଗାର୍ଲ ଜାୟରା ୱସିମ୍। ଇମୋସନାଲ ପୋଷ୍ଟ ଲେଖି ଅଭିନୟ ଜଗତକୁ କଲେ ବାଏ ବାଏ। ଧର୍ମକୁ ଦର୍ଶାଇଲେ କାରଣ

Source:lehren.com

‘ଦଙ୍ଗଲ’ ଗାର୍ଲ ଜାୟରା ୱାସିମଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗତକାଲି ବିଳମ୍ବିତ ରାତିରେ ଗରିଫ କରିଛି । ଅଭିଯୁକ୍ତ ବିକାଶ ସଚଦେବାକୁ ପୋଲିସ ଆଜି କୋର୍ଟରେ ହାଜର କରିବେ ।

ଏୟାର ଭିସ୍ତାରାରେ ଦିଲୀରୁ ମୁମ୍ବାଇ ଯାଉଥିବା ବେଳେ ଏହି ଯାତ୍ରୀ ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିବା ଜାୟରା ଅଭିଯୋଗ କରିଥିଲେ । ଏନେଇ ଜାୟରା ବିମାନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଏହାକୁ ହାଲକା ଭାବରେ ନେଇଥିଲେ । ଏହାର ପ୍ରତିବାଦ କରି ଜାୟରା ଇନଷ୍ଟାଗ୍ରାମରେ ଅଭିଯୋଗ କରି ଏକ ଭିଡିଓ ଅପଲୋଡ୍ କରିଥିଲେ ।

୧୭ ବର୍ଷିୟା ଜାୟରା ଶନିବାର ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ବେଳେ ତାଙ୍କ ପଛ ସିଟରେ ବସିଥିବା ବ୍ୟକ୍ତି ଜଣକ ତାଙ୍କୁ ଦୁର୍ବ୍ୟବହାରର କରିଥିଲେ । ସେପଟେ ଜାୟରା ଉପରେ ହୋଇଥିବା ଏପରି ଘଟଣାକୁ ନିନ୍ଦା କରିଛନ୍ତି ଗୀତା ଫୋଗାଟ । ଏଭଳି କ୍ଷେତ୍ରରେ ମହିଳାଙ୍କୁ ମଜଭୁତ ହେବାକୁ ପଡ଼ିବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe