‘ଦଙ୍ଗଲ’ ଗାର୍ଲ ଜାୟରା ୱାସିମଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗତକାଲି ବିଳମ୍ବିତ ରାତିରେ ଗରିଫ କରିଛି । ଅଭିଯୁକ୍ତ ବିକାଶ ସଚଦେବାକୁ ପୋଲିସ ଆଜି କୋର୍ଟରେ ହାଜର କରିବେ ।
ଏୟାର ଭିସ୍ତାରାରେ ଦିଲୀରୁ ମୁମ୍ବାଇ ଯାଉଥିବା ବେଳେ ଏହି ଯାତ୍ରୀ ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିବା ଜାୟରା ଅଭିଯୋଗ କରିଥିଲେ । ଏନେଇ ଜାୟରା ବିମାନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଏହାକୁ ହାଲକା ଭାବରେ ନେଇଥିଲେ । ଏହାର ପ୍ରତିବାଦ କରି ଜାୟରା ଇନଷ୍ଟାଗ୍ରାମରେ ଅଭିଯୋଗ କରି ଏକ ଭିଡିଓ ଅପଲୋଡ୍ କରିଥିଲେ ।
୧୭ ବର୍ଷିୟା ଜାୟରା ଶନିବାର ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ବେଳେ ତାଙ୍କ ପଛ ସିଟରେ ବସିଥିବା ବ୍ୟକ୍ତି ଜଣକ ତାଙ୍କୁ ଦୁର୍ବ୍ୟବହାରର କରିଥିଲେ । ସେପଟେ ଜାୟରା ଉପରେ ହୋଇଥିବା ଏପରି ଘଟଣାକୁ ନିନ୍ଦା କରିଛନ୍ତି ଗୀତା ଫୋଗାଟ । ଏଭଳି କ୍ଷେତ୍ରରେ ମହିଳାଙ୍କୁ ମଜଭୁତ ହେବାକୁ ପଡ଼ିବ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/zaira-wasim-believes-her-destiny-will-take-her-where-she-is-supposed-to-be-750-1508848526-1_crop.jpg)