କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାପାଳ ଦଣ୍ଡନାଚ ଉପରେ କଟକଣା ଲାଗୁ କରିଛନ୍ତି । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗଦେଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାରେ ବର୍ତ୍ତମାନ ପାଇଁ କୌଣସି ପ୍ରକାର ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିିଁ ବୋଲି ନିୟମ ଜାରି ହୋଇଛି ।
ତାସହ ତାରା ତାରିଣୀ ପୀଠରେ ଭକ୍ତମାନେ ବର୍ତ୍ତମାନ ମୁଣ୍ଡନ କରିପାରିବେ ନାହିଁ । ଏହାସହ ଜିଲ୍ଲାର ଦୋକାନୀମାନେ କୋଭିଡ୍ ଗାଇଡଲାଇନର ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ନଥିଲେ ଘରେ ରହି ସୁରକ୍ଷିତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ।
Dandanach participation will be upto 25 persons only. No night cultural program.
Mundan will be not allowed at Maa Taratarini temple, or at downhill.
Shopkeepers have to follow Panchsutra guidelines for social distancing.
Stay home and be safe. @CMO_Odisha
— Collector & District Magistrate, Ganjam (@Ganjam_Admin) April 3, 2021
ସୂଚନା ଯୋଗ୍ୟ ଯେ, ଗୁଜରାଟରେ ସୁରତରେ ଏବେ କୋଭିଡ୍ ସଂକ୍ରମଣ ବେଲଗାମ ହୋଇଛି । ଏପରି ପରିସ୍ଥିତିରେ ଦଣ୍ଡନାଚ ପାଇଁ ସୁରତରୁ ଅନେକ ଓଡିଆ ଗଞ୍ଜାମ ଫେରିଛନ୍ତି । ଯାହାକି ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ବଢାଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ସଂକ୍ରମଣକୁ ରୋକିବାକୁ ଯାଇ ଗଞ୍ଜାମ ଜିଲ୍ଲାପାଳ ଏହି କଟକଣା ଲାଗୁ କରିଛନ୍ତି ।