କନକ ବ୍ୟୁରୋ : ଓଡ଼ିଶାରେ ବାର ମାସରେ ୧୩ ପର୍ବ ପାଳନ କରାଯାଏ । ତେବେ ଗଞ୍ଜାମ ଜିଲ୍ଲାରେ ଚୈତ୍ର ମାସରେ ହେଉଥିବା ଦଣ୍ଡଯାତ୍ରା ବେଶ ନିଆରା । ଏହି ଯାତ୍ରରେ ପ୍ରକୃତି ପୂଜାର ଉଦାହରଣ ଦେଖିବାକୁ ମିଳିଥାଏ । ଏହାକୁ ଶିବ ପାର୍ବତୀଙ୍କ ଯାତ୍ରା ବୋଲି ମଧ୍ୟ କୁହାଯାଏ । କାହିଁ କେଉଁ କାଳରୁ ଏହି ଯାତ୍ରା ପାଳିତ ହୋଇଆସୁଛି । କେବଳ ଗଞ୍ଜାମରେ ନୁହେଁ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଦଣ୍ଡଯାତ୍ରା ଦେଖିବାକୁ ମିଳେ ।

Advertisment

ଦଣ୍ଡଯାତ୍ରରେ ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ଅଗ୍ନିଦଣ୍ଡ । ନିଆଁକୁ ଅଗ୍ନିଦେବତା ରୁପେ ଆବାହନ କରି ପୂଜା କରାଯାଇ ସାଙ୍ଗରେ ଧରି ଦଣ୍ଡୁଆମାନେ ବୁଲିଥାନ୍ତି । ନିଆଁକୁ ସହଜ ଓ ସୁରକ୍ଷିତ ଏବଂ ସାଇତି ରଖି ମାଁଙ୍କ ପୂଜାରେ ବ୍ୟବହାର କରିବାକୁ ବ୍ୟବହାର କରାଯାଇଥାଏ “ଚମ୍ପାବର” । ଦଣ୍ଡଯାତ୍ରାରେ ନିଆଁ ମାଧ୍ୟମରେ ଦଣ୍ଡ ଯାତ୍ରା କରାଯାଇଥାଏ । ଆଳତି, ଧୂପ, ଦୀପ, ଝୁଣା ମାରିବା ଆଦି କାର୍ଯ୍ୟରେ ଯେଉଁ ଅଗ୍ନିର ବ୍ୟବହାର ହୋଇଥାଏ ।

ସେସବୁକୁ ଅଗ୍ନି ସଂଯୋଗ ପାଇଁ ଚମ୍ପାବରରେ ନିଆଁ ନେବା ପରମ୍ପରା ଏକ ସ୍ୱତନ୍ତ୍ର ପରମ୍ପରା । ଏପରିକି ରାତିରେ ଯେଉଁ ରେଷେଇ ହୋଇ ଭୋଗ ହୁଏ ତାହା ପାଇଁ ମଧ୍ୟ ଚୁଲି ଲଗାଇବା ପାଇଁ ଏହି ଚମ୍ପାବର ମାଧ୍ୟମରେ ନିଆଁ ଲଗାଯାଇଥାଏ । କୌଣସି କାରଣରୁ ଚମ୍ପାବର ଲିଭିଗଲେ । ପୁଣି କାମନା ଗୃହରୁ ଚମ୍ପାବରରେ ନିଆଁନେଇ ଠାକୁରଙ୍କ କାର୍ଯ୍ୟ କରାଯାଏ । ତେଣୁ ବର୍ଷା ହେଉ ଅବା ଖରା ଚମ୍ପାବରକୁ ଯାଗ୍ରତରେ ରଖିବା ଦଣ୍ଡୁଆଙ୍କ ପ୍ରଥମ କାର୍ଯ୍ୟ ହୋଇଥାଏ ।