କନକ ବ୍ୟୁରୋ: ଆରମ୍ଭ ହେଲା ଗଞ୍ଜାମ ଦଣ୍ଡ ନାଚଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା । ଦଣ୍ଡୁଆଙ୍କ ଦଣ୍ଡ ଓ ନାଚଗୀତରେ ଉଠୁଚି ପଡୁଛି ଗାଁରୁ ସହର । ଗାଁ ଗାଁ ବୁଲି ଦଣ୍ଡ ନାଚ ଦେଖାଉଛନ୍ତି ମାନସିକଧାରୀ ଦଣ୍ଡୁଆମାନେ । ୨୧ ଦିନ ଧରି ଚାଲିବ ଏହି ଦଣ୍ଡ ପରମ୍ପରା । ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ପରିବେଷଣ ହେବା ସହ ରାତିରେ ଅଗ୍ନିଦଣ୍ଡ ପାଳନର ପରମ୍ପରା ରହିଛି । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଆୟୋଜନ କରାଯାଇଥାଏ । ନିଜ ଶରୀରକୁ ପିଡ଼ା ଦେଇ ଦଣ୍ଡ ନାଚ ଦେଖାଇଥାନ୍ତି ଦଣ୍ଡୁଆ । ଏହି ବ୍ରତକୁ ନେଇ ଅନେକଙ୍କ ମନରେ ବିଶ୍ୱାସ ରହିଥିବା ବେଳେ ଦଣ୍ଡଯାତ୍ରା ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଆରମ୍ଭ ହେଲାଣି ଦଣ୍ଡନାଚ । ଦଣ୍ଡୁଆଙ୍କ ଦଣ୍ଡ ଓ ନାଚଗୀତରେ କମ୍ପୁଛି ଗାଁରୁ ସହର ।
/kanak/media/post_attachments/wp-content/uploads/2024/03/danda.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)