ପୁଣି ଖୋଲିବ ଡ୍ୟାନ୍ସ ବାର: ମତୁଆଲା ହେବ ରାଜଧାନୀର ରାତି

122

କନକ ବ୍ୟୁରୋ: ଭୁବନେଶ୍ୱରର ୧୪ଟି ଡ୍ୟାନ୍ସ ବାରକୁ ଖୋଲିବା ପାଇଁ ଅବକାରୀ ବିଭାଗ ଅନୁମତି ଦେଇଛି । ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଜମିବ ନୃତ୍ୟ ଗୀତର ଆସର । କରୋନା ଯୋଗୁଁ ଦୁଇ ବର୍ଷ ହେଲା ଡ୍ୟାନ୍ସ ବାର ଉପରେ କଟକଣା ଲାଗୁ କରାଯାଇଥିଲା । ଏବେ ଅବକାରୀ ବିଭାଗର ଅନୁମତି ପରେ ଡ୍ୟାନ୍ସ ବାରରେ କାମ କରୁଥିବା କର୍ମଚାରୀ ଉତ୍ସାହିତ ଅଛନ୍ତି । ଡ୍ୟାନ୍ସ ବାର ବନ୍ଦ ଯୋଗୁଁ ରୋଜଗାର ହରାଇଥିବା କର୍ମଚାରୀ ଏବେ ପୁଣି ରୋଜଗାର ପାଇବେ ।

ହେଲେ ଡ୍ୟାନ୍ସ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ୧୮ଟି ସର୍ତ ରଖାଯାଇଛି । ସର୍ତ ଉଲ୍ଲଂଘନ କଲେ ସଂପୃକ୍ତ ବାର ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ, ଏପରିକି ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ । ପ୍ରମୁଖ ସର୍ତ ଗୁଡିକ ହେଲା

ବାରରେ ସିସିଟିଭ କ୍ୟାମେରା ଲାଗିବା ବାଧ୍ୟତାମୂଳକ
୨୦୦ ଦିନର ସିସିଟିଭି ଫୁଟେଜ ମହଜୁଦ ରହିବ
ବାର ଗର୍ଲମାନେ ଉତ୍ତେଜକ ପୋଷାକ ପିନ୍ଧିବେ ନାହିଁ
ଡ୍ୟାନ୍ସର ଯେଉଁ ଷ୍ଟେଜରେ ନାଚିବେ, ତା ଚାରିପଟେ ୩ ଫୁଟ ଉଚ୍ଚର ବାଡ ରହିବ
ଗ୍ରାହକ ଓ ଡ୍ୟାନ୍ସ ଗର୍ଲଙ୍କ ଭିତରେ ୫ ଫୁଟର ଦୂରତା ରହିବ
୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯାଇପାରିବ ନାହିଁ
ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡାଇବା ମନା

ସବୁ ଡ୍ୟାନ୍ସ ବାରରେ ଫାୟାର ସେଫ୍ଟି ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ ହେବ । ଏହାଛଡା ଡ୍ୟାନ୍ସ ବାର ଉପରେ ନଜର ରଖିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରିବାକୁ ଏକ ଟିମ ଗଠନ କରାଯିବ । କୌଣସି ସ୍ଥାନରେ ନିୟମ ଉଲ୍ଲଂଘନ ହେଲେ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।