ପୁଣି ଖୋଲିବ ଡ୍ୟାନ୍ସବାର୍! ରଙ୍ଗୀନ ଆଲୋକରେ ରାଜଧାନୀ ଡ୍ୟାନ୍ସବାରରେ ନାଚିବେ ବାରଗର୍ଲ, ମିଳିଲା ଅନୁମତି ।

575

କନକ ବ୍ୟୁରୋ: ଏଥର ରାଜଧାନୀ ବାରରେ ନାଚିବେ ବାରଗାର୍ଲ । ଭୁବନେଶ୍ୱରର ୭ଟି ଡ୍ୟାନ୍ସ ବାରକୁ ଅନୁମତି ଦେଲା ଅବକାରୀ ବିଭାଗ । ଯୁବତୀଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଛି । ତେବେ ଅବକାରୀ ବିଭାଗର ଅନୁମତି ଅନୁଯାୟୀ ସମସ୍ତ ବାମ୍ ମାଲିକ ନିୟମ ମାନିବେ ।

zero night celebrationସେପଟେ ଡ୍ୟାନ୍ସବାରକୁ ଅନୁମତି ଦେବା ନେଇ ସର୍ତ୍ତ ରଖିଲା ପୁଲିସ । ବାର୍ ଗର୍ଲଙ୍କ ପୋଷାକ ଉପରେ କଟକଣା  । ବାରଗର୍ଲମାନେ କୌଣସି ପ୍ରକାରର ଉତ୍ତେଜକ ଡ୍ରେସ୍ ପିନ୍ଧିପାରିବେ ନାହିଁ । ଆଉ ବାର୍ ଡ୍ୟାନ୍ସ ଏରିଆରେ ସିସିଟିଭି ଲାଗିବ । ବାରଗର୍ଲଙ୍କ ସ୍ୱତନ୍ତ୍ର ପରିଚୟ ପତ୍ର ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା  ଡ୍ୟାନ୍ସ କରୁଥିବା ଝିଅ ଓ ଗ୍ରାହକଙ୍କ ମଧ୍ୟରେ ୫ ଫୁଟ ଦୂରତା ରହିବ । ଆଉ ବାରଗର୍ଲଙ୍କ ଉପରକୁ ଗ୍ରାହକ ଟଙ୍କା ଫିଙ୍ଗି ପାରିବେନି ବୋଲି କଟକଣା ଲଗାଯାଇଛି ।

ତେବେ ଗତ ଜୁଲାଇ ୨୬ ତାରିଖ ବିଳମ୍ବିତ ରାତିରେ ରାଜଧାନୀରେ ବେଆଇନ୍ ଭାବେ ଚାଲୁଥିବା ଏକାଧିକ ଡ୍ୟାନ୍ସ ବାର ଉପରେ କମିଶନରେଟ୍ ପୋଲିସ ରାତି ଅଧିଆ ଚଢଉ କରିଥିଲା । ଆଉ ପ୍ରାୟ ବିନା ଲାଇସନ୍ସରେ ଚାଲୁଥିବା ଡ୍ୟାନ୍ସ ବାର୍ ଗୁଡିକ ଉପରେ ପୋଲିସ ଚଢାଉ କରିଥିଲା । ଆଉ ପ୍ରାୟ ୯୬ ଜଣ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଥିଲା ପୋଲିସ । ପୋଲିସ ଉଦ୍ଧାର କରିଥିବା ଡ୍ୟାନ୍ସର ସବୁ ନୈନିତାଲ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଂଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣାର ବୋଲି ଜଣାପଡ଼ିଥିଲା ।