କନକ ବ୍ୟୁରୋ : ନୃତ୍ୟ କଳାକାରଙ୍କୁ ଘରେ ପଶି ପ୍ରେମିକର ଛୁରା ମାଡ଼ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । । ଉମରକୋଟରେ ଚାଲିଥିବା କାଳିପୂଜା ଉତ୍ସବରେ ନୃତ୍ୟ ପରିବେଷଣ କରିବାକୁ ପୁରୀରୁ ଜୟ ମାଁ କାଳି ନାମକ ଏକ ଡ୍ୟାନ୍ସ ଗ୍ରୁପ ଆସିଥିଲା । କାର୍ଯ୍ୟକ୍ରମ ପରେ ସମସ୍ତ ନୃତ୍ୟଶିଳ୍ପୀ ଉମରକୋଟ ସହରରେ ରାଜ୍ୱସ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛ ପଟେ ଏକ ଘରେ ରହିଥିଲେ । ଏହି ସମୟରେ ଲିପ୍ସା ନାୟକ ମାନକ ଜଣେ ନୃତ୍ୟଶିଳ୍ପୀଙ୍କ ପ୍ରେମିକ ରୋହିତ ସିଂ ପାଚେରୀ ଡେଇଁ ସେମାନେ ରହୁଥିବା ଘର ଭିତରେ ପଶି ଲିପ୍ସାଙ୍କୁ ଛୁରା ମାଡ କରିଥିବା ଅଭିଯୋଗ ହୋଇଛି । ଛୁରା ମାଡ କରି ରୋହିତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ରୋହିତର ଘର ବିହାର ହୋଇଥିବାବେଳେ ଦୁଇ ବର୍ଷ ପୂର୍ବରୁ ସେ ଲିପ୍ସାଙ୍କୁ ଉତର ପ୍ରଦେଶର ଏକ କାର୍ଯ୍ୟକ୍ରମରେ ଭେଟିଥିଲେ । ସେବେଠାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଗଢି ଉଠିଥିଲା । ଏହା ପରଠାରୁ ଲିପ୍ସା ଯୁଆଡେ ବି କାର୍ଯ୍ୟକ୍ରମରେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ । ବର୍ତମାନ ଉମରକୋଟ ଆସି ରୋହିତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚାଂଚଲ୍ୟ । ନୃତ୍ୟ କଳାକାରଙ୍କ ଘରେ ପଶି ପ୍ରେମିକର ଛୁରା ମାଡ
/kanak/media/post_attachments/wp-content/uploads/2023/11/43-4.jpg)