ଦାନ ମାଝୀ କଲେ ଆମ୍ବୁଲାନ୍ସ ସେବାର ଉଦଘାଟନ : ସ୍ତ୍ରୀଙ୍କ ଶବ କାନ୍ଧେଇ ଚର୍ଚ୍ଚାକୁ ଆସିଥିଲେ; ୨୦୧୬ରେ ସ୍ତ୍ରୀଙ୍କ ଶବ ଧରି ଚାଲିଥିଲେ ୧୦ କିଲୋମିଟର

Advertisment
ଦାନ ମାଝୀ କଲେ ଆମ୍ବୁଲାନ୍ସ ସେବାର ଉଦଘାଟନ : ସ୍ତ୍ରୀଙ୍କ ଶବ କାନ୍ଧେଇ ଚର୍ଚ୍ଚାକୁ ଆସିଥିଲେ; ୨୦୧୬ରେ ସ୍ତ୍ରୀଙ୍କ ଶବ ଧରି ଚାଲିଥିଲେ ୧୦ କିଲୋମିଟର

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଇଲାକାରେ ଦାନ ମାଝୀ କଲେ ଆମ୍ବୁଲାନ୍ସ ସେବାର ଉଦଘାଟନ । କଳାହାଣ୍ଡି ଅଟୋ ଇୟୁନିୟନ ପକ୍ଷରୁ ଗତକାଲି ବି ଆର ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତି ଅବସରରେ ବହୁ ଚର୍ଚ୍ଚିତ ଦାନ ମାଝୀ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାନ ମାଝି ଯୋଗ ଦେଇଥିଲେ ।

କଳାହାଣ୍ଡି ଅଟୋ ୟୁନିୟନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୨୦୧୬ ମସିହାରେ ଦାନ ମାଝୀ ନିଜ ମୃତ ସ୍ତ୍ରୀର ଶବକୁ ୧୦ କିଲୋମିଟର କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିଥିଲେ । ଏସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସରକାରୀ ଏବଂ ବେସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା । ତଥାପି ଠିକ ସମୟରେ ଆମ୍ବୁଲାନ୍ସ ପାଇପାରୁନାହାନ୍ତି ଦୁର୍ଗମ ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe