କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଇଲାକାରେ ଦାନ ମାଝୀ କଲେ ଆମ୍ବୁଲାନ୍ସ ସେବାର ଉଦଘାଟନ । କଳାହାଣ୍ଡି ଅଟୋ ଇୟୁନିୟନ ପକ୍ଷରୁ ଗତକାଲି ବି ଆର ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତି ଅବସରରେ ବହୁ ଚର୍ଚ୍ଚିତ ଦାନ ମାଝୀ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାନ ମାଝି ଯୋଗ ଦେଇଥିଲେ ।
କଳାହାଣ୍ଡି ଅଟୋ ୟୁନିୟନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୨୦୧୬ ମସିହାରେ ଦାନ ମାଝୀ ନିଜ ମୃତ ସ୍ତ୍ରୀର ଶବକୁ ୧୦ କିଲୋମିଟର କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିଥିଲେ । ଏସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସରକାରୀ ଏବଂ ବେସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା । ତଥାପି ଠିକ ସମୟରେ ଆମ୍ବୁଲାନ୍ସ ପାଇପାରୁନାହାନ୍ତି ଦୁର୍ଗମ ଅଞ୍ଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/23-17.jpg)