ଧର୍ମେନ୍ଦ୍ରଙ୍କୁ ଦାମଙ୍କ ଚ୍ୟାଲେଂଜ୍ ! କହିଲେ, ଧୂଳିସାତ୍ ହେବ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ

25

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ଦାମ ରାଉତଙ୍କ ଖୋଲା ଚ୍ୟାଲେଂଜ । ୨୦୧୯ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ଯେଉଁଠି ଛିଡ଼ା ହେବେ, ତାଙ୍କ ବିରୋଧରେ ପ୍ରଚାର କରିବେ । ଆଜି ପୁରୀ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ଏଭଳି ଚ୍ୟାଲେଂଜ କରିଛନ୍ତି । ପର୍ଯ୍ୟବେକ୍ଷକ ଭାବରେ ଦାମ ଯାଇଥିଲେ ଦଳୀୟ ନେତା ଓ କର୍ମୀଙ୍କୁ ମନ୍ତ୍ର ଦେବା ପାଇଁ । ହେଲେ ଟାର୍ଗେଟକୁ ଆସିଥିଲେ ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ରଙ୍କର ୱାର୍ଡ ମେମ୍ବର ହେବାର ସାମର୍ଥ୍ୟ ନଥାଇ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ବୋଲି ଦାମ କହିଛନ୍ତି । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି- ବିଜେପିର ଯେଉଁଠି ଚୁଲି ନାହିଁ ଜାଳ ନାହିଁ ତମେ କିଏ? ଉଜ୍ଜଳା ଯୋଜନାକୁ କଟାକ୍ଷ କରିବାକୁ ଯାଇ ଦାମ କହିଛନ୍ତି -ରୋଷଇ ଗ୍ୟାସ୍ ଦେଇ ମହିଳାଙ୍କୁ କେବଳ ଘର କୋଣରେ ବାନ୍ଧି ରହିବାକୁ ଚାହୁଁଛନ୍ତି । ନବୀନ ଯେତେବେଳେ ପଂଚାୟତି ରାଜରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେଇ ମହିଳା ସଶକ୍ତିକରଣର କଥା କହୁଛନ୍ତି-ମୋଦି ଏବଂ ଧର୍ମେନ୍ଦ୍ର ମହିଳାଙ୍କୁ ସାମ୍ମାନ କହି ଘର ଭିତରେ ରଖିବାକୁ ଚାହୁଁଚନ୍ତି ବୋଲି ଦାମ ଅଭିଯୋଗ କରିଛନ୍ତି ।