କନକ ବ୍ୟୁରୋ : ବିଜେପୁରରେ ବିଜେପି କରିଛି ବିଜୟ ସଂକଳ୍ପ ସମାବେଶ । ଲାଉମୁଣ୍ଡାଠାରେ ଆୟୋଜିତ ସଭାରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ନୂଆ କରି ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ସାମିଲ ହୋଇଥିଲେ । ଉଦବୋଧନ ଦେଇ ଦାମବାବୁ ନବୀନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ବେଳେ ବିକାଶ ବାଟବଣା ହୋଇଛି ବୋଲି ସେ କହିଛନ୍ତି ।
ବିଜେପୁର ଏବେ ଅନବାଦୀଜମି ଏବଂ ଯିଏ ଚାହିଁଲେ ସେ ଏଠି ନିର୍ବାଚନ ଲଢିବେ ବୋଲି କହିଛନ୍ତି ଦାମ । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଏହି ଆସନ ପୁଣି ଥରେ ଫୋକସକୁ ଚାଲି ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/DAMA-Rout-875.jpg)