କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ବିଜେଡିର ହେଭିୱେଟ ନେତା ତଥା କୃଷିମନ୍ତ୍ରୀ ଦମୋଦର ରାଉତ । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତି ଓ ଧର୍ମ ବିରୋଧୀ ମନ୍ତବ୍ୟ କୌଣସିମତେ ଗ୍ରହଣଯୋଗ୍ୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବହିଷ୍ମାର ପରେ ମୁହଁ ଖୋଲିଛନ୍ତି ଦାମ ରାଉତ ।

Advertisment

DAMA_00000ଇସ୍ତଫା ଦେଲି ନାହିଁ ବହିଷ୍କୃତ ହେଲି । ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ଦାମ ରାଉତ । ମନ୍ତ୍ରୀପଦରୁ ବହିଷ୍କୃତ ହେବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଥିଲା । ଏପରିକି ତାଙ୍କୁ ଫୋନ କରି ଇସ୍ତଫା ଦେବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଇସ୍ତଫା ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଏପରିକିି ଇସ୍ତଫା କେଉଁ କାରଣରୁ ଦେବି ସେ ନେଇ ଆସନ୍ତାକାଲି ଆଲୋଚନା କରିବାକୁ ମଧ୍ୟ କହିଥିଲି । ବିନା କାରଣରେ କଣ ପାଇଁ ଇସ୍ତଫା ଦେବି ବୋଲି ପ୍ରଶ୍ନ ମଧ୍ୟ କରିଥିଲି । କାରଣ ନ ଜାଣି ଇସ୍ତଫା ଦେବି ନାହିଁ ବୋଲି କହିଥିଲି । ତେବେ ବିଶ୍ୱାସ ତୁଟି ଯିବାରୁ ମୁଖ୍ୟମନ୍ତ୍ରୀ ମୋତେ ମନ୍ତ୍ରୀପଦରୁ ବହିଷ୍କୃତ କରିଛନ୍ତି ବୋଲି କହିଛନ୍ତି ଦାମ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ତାଙ୍କ ଉପରୁ ଉଠି ଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଦାମ ।

ମନ୍ତ୍ରୀପଦରୁ ଦାମ ବହିଷ୍କୃତ ହେବା ପରେ ପ୍ରଦୀପ ମହାରଥୀଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ଅର୍ଥମନ୍ତ୍ରୀ ଶଶି ବେହେରାଙ୍କୁ ପଶୁ ଓ ମତ୍ସ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ଦାମ ରାଉତଙ୍କ ବହିଷ୍କାର ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ସହିବା ସୀମା ଟପି ଯାଇଥିଲା, ମୁଖ୍ୟମନ୍ତ୍ରୀ କେତେ ସହିଥାନ୍ତେ ଏଭଳି କହି ଦାମଙ୍କୁ ଟାର୍ଗେଟ କରିଛନ୍ତି ଦେବାଶିଷ ।