କନକ ବ୍ୟୁରୋ : ୨୦୧୯ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଅବସରରେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଘେରିଛନ୍ତି ଦାମ ବାବୁ । କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଣଓଡିଆଙ୍କ କଥାରେ ଭାସିନଯାଇ ୨୦୧୯ରେ ଓଡିଆଙ୍କ ମନର କଥା ବୁଝିବାକୁ ଚେଷ୍ଟା କରନ୍ତୁ । ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନର ବିଷ ବଳୟରେ ଓଡିଶାର ଜନସାଧାରଣ ଯେପରି ଘାରି ହେଉଛନ୍ତି, ସେଥିରୁ ମୁକ୍ତି ପାଆନ୍ତୁ ।
/kanak/media/post_attachments/wp-content/uploads/2019/01/dama2-300x177.jpg) କୁନ୍ଦୁଲି ଧର୍ଷିତାର ଆତ୍ମହତ୍ୟାର କାହାଣୀ ଏବଂ ନ୍ୟାୟ ପାଇଁ ତାର ସ୍ୱର ୨୦୧୯ରେ ଆଉ ଓଡିଶା ଆକାଶରେ ଘୂରିନବୁଲୁ । ଓଡିଶାର ଶିକ୍ଷିତ ଯୁବ ସମାଜ, ଉତ୍କଟ ବେକାରୀ ସମସ୍ୟାରେ ଉଦଭ୍ରାନ୍ତ ହୋଇ ଯେପରି ଡହଳ ବିକଳ ହେଉଛନ୍ତି, ତାର ପରିସମାପ୍ତି ଘଟୁ । ଓଡିଶାର ଚାଷୀକୂଳ ଶୋଷଣ କୁଷଣର ଶିକାର ହୋଇ, ଯେଭଳି ଆତ୍ମହତ୍ୟା କରୁଛନ୍ତି, ୨୦୧୯ରେ ସେମାନେ ଆତ୍ମହତ୍ୟା ନକରନ୍ତୁ । ୨୦୧୯ ନବବର୍ଷରେ କିଛି ଏହିଭଳି ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓ ଦୀର୍ଘଆୟୁ କାମନା କରିଛନ୍ତି ଦାମ ବାବୁ ।
କୁନ୍ଦୁଲି ଧର୍ଷିତାର ଆତ୍ମହତ୍ୟାର କାହାଣୀ ଏବଂ ନ୍ୟାୟ ପାଇଁ ତାର ସ୍ୱର ୨୦୧୯ରେ ଆଉ ଓଡିଶା ଆକାଶରେ ଘୂରିନବୁଲୁ । ଓଡିଶାର ଶିକ୍ଷିତ ଯୁବ ସମାଜ, ଉତ୍କଟ ବେକାରୀ ସମସ୍ୟାରେ ଉଦଭ୍ରାନ୍ତ ହୋଇ ଯେପରି ଡହଳ ବିକଳ ହେଉଛନ୍ତି, ତାର ପରିସମାପ୍ତି ଘଟୁ । ଓଡିଶାର ଚାଷୀକୂଳ ଶୋଷଣ କୁଷଣର ଶିକାର ହୋଇ, ଯେଭଳି ଆତ୍ମହତ୍ୟା କରୁଛନ୍ତି, ୨୦୧୯ରେ ସେମାନେ ଆତ୍ମହତ୍ୟା ନକରନ୍ତୁ । ୨୦୧୯ ନବବର୍ଷରେ କିଛି ଏହିଭଳି ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓ ଦୀର୍ଘଆୟୁ କାମନା କରିଛନ୍ତି ଦାମ ବାବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/dama1.jpg)