ହସ୍ପିଟାଲ ବେଡରୁ ଭିଡ଼ିଓ ବାର୍ତା ଦେଲେ ଦାମ ରାଉତ । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା

253

କନକ ବ୍ୟୁରୋ : ସୁସ୍ଥ ହେଲେଣି ବରିଷ୍ଠ ନେତା ଦାମୋଦର ରାଉତ । ହସ୍ପିଟାଲରୁ ଦାମ ରାଉତଙ୍କ ପ୍ରଥମ ଭିଡିଓ ଆସିଛି । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । କହିଛନ୍ତି, ସତ୍ୟବାଦୀର ବନବିଦ୍ୟାଳୟ ପଂଚସଖା ପୀଠରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆନନ୍ଦର କଥା । ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଦାମୋଦର ରାଉତ ।