ଚା ପିଇଲେ ଚର୍ଚ୍ଚା କଲେନି ! ଚରମ ପର୍ଯ୍ୟାୟରେ ଦାମ-ବିଷ୍ଣୁଙ୍କ ରାଜନୈତିକ କଳି

Advertisment
ଜୀବନରେ କେବେ ଜିତିପାରିବେନି ବିଷ୍ଣୁ ! ଜଗତସିଂହପୁର ଜିଲ୍ଲା ସଭାପତିଙ୍କୁ ଦାମଙ୍କ ନାଲି ଆଖି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍  : ଚା’ ଥିଲା କିନ୍ତୁ ଚର୍ଚ୍ଚା ନଥିଲା । ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦି ମନ୍ତ୍ରୀ ଡାକ୍ଟର ଦାମୋଦର ରାଉତ ଓ ବିଜେଡି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ପାଖାପାଖି ବସିଥିଲେ । ଗୋଟିଏ ମଂଚରେ ଏକାଠି ହେଲେ, ଚା’ପିଇଲେ ହେଲେ ପରସ୍ପର ସହ କଥା ହେଲେନି ।

ବିଜୁ ଶତ ବାର୍ଷିକ ଉତ୍ସବ ପାଇଁ ଭୁବନେଶ୍ୱରରେ ଏକାଠି ବସିଥିଲେ ଦୁଇ ନେତା  । ହେଲେ କେହି କାହାକୁ ଆଡ ଆଖିରେ ଚାହୁଁନଥିଲେ । ବେଶ ରୋଚକ ରହିଥିଲା ଏହି ଦୃଶ୍ୟ । ବିଜେଡି ନେତା, ଉପସ୍ଥିତ ସାମ୍ବାସିକ ସମସ୍ତଙ୍କ ନଜର ଥିଲା ଏ ଦୁହିଁଙ୍କ ଉପରେ । ଦୀର୍ଘ ଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦ ପରେ ଏଭଳି ଏକାଠି ବସିବା ସମସ୍ତଙ୍କ ପାଇଁ ଉକ୍ରଣ୍ଠା ସୃଷ୍ଟି କରିଥିଲା । ଏ ବାବଦରେ ମନ୍ତ୍ରୀ ଡାକ୍ଟର ଦାମୋଦର ରାଉତଙ୍କୁ ସାମ୍ବାଦିକମାନେ ପଚାରିବାରୁ ସେ ଚିହିଁକି ଉଠିଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe