ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚା’ ଥିଲା କିନ୍ତୁ ଚର୍ଚ୍ଚା ନଥିଲା । ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦି ମନ୍ତ୍ରୀ ଡାକ୍ଟର ଦାମୋଦର ରାଉତ ଓ ବିଜେଡି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ପାଖାପାଖି ବସିଥିଲେ । ଗୋଟିଏ ମଂଚରେ ଏକାଠି ହେଲେ, ଚା’ପିଇଲେ ହେଲେ ପରସ୍ପର ସହ କଥା ହେଲେନି ।
ବିଜୁ ଶତ ବାର୍ଷିକ ଉତ୍ସବ ପାଇଁ ଭୁବନେଶ୍ୱରରେ ଏକାଠି ବସିଥିଲେ ଦୁଇ ନେତା । ହେଲେ କେହି କାହାକୁ ଆଡ ଆଖିରେ ଚାହୁଁନଥିଲେ । ବେଶ ରୋଚକ ରହିଥିଲା ଏହି ଦୃଶ୍ୟ । ବିଜେଡି ନେତା, ଉପସ୍ଥିତ ସାମ୍ବାସିକ ସମସ୍ତଙ୍କ ନଜର ଥିଲା ଏ ଦୁହିଁଙ୍କ ଉପରେ । ଦୀର୍ଘ ଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦ ପରେ ଏଭଳି ଏକାଠି ବସିବା ସମସ୍ତଙ୍କ ପାଇଁ ଉକ୍ରଣ୍ଠା ସୃଷ୍ଟି କରିଥିଲା । ଏ ବାବଦରେ ମନ୍ତ୍ରୀ ଡାକ୍ଟର ଦାମୋଦର ରାଉତଙ୍କୁ ସାମ୍ବାଦିକମାନେ ପଚାରିବାରୁ ସେ ଚିହିଁକି ଉଠିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-26-19h54m57s972.png)