ଆରମ୍ଭ ହେଲା ଦାମୋଦର ଘାଟ୍: ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ; ଚଳଚଞ୍ଚଳ ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ତ୍ରୀବେଣୀ ଘାଟ

618

କନକ ବ୍ୟୁରୋ: ଆରମ୍ଭ ହୋଇଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହା ପର୍ବ ଦାମୋଦର ମେଳା ବା ଦାମୋଦର ଘାଟ୍ । ବାରିପଦା ସହରର ସୁନାମୁହିଁ ଘାଟ ବା ବୁଢାବଳଙ୍ଗ, ଜରାଳି ଓ ସରାଳି ନଦୀର ସଂଗମସ୍ଥଳ ତ୍ରୀବେଣୀ ଘାଟ ଏବେ ଚଳଚଂଚଳ ହୋଇଉଠିଛି । କରୋନା ସତ୍ୱେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟର ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ଏହି ଦାମୋଦର ଘାଟରେ ।

ପାରମ୍ପାରିକ ରିତିନିତି ଅନୁଯାଇ ଶହ ଶହ ପରିବାର ଏଠାରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଓ ତିଳ ତର୍ପଣ ଦାନ କରି ବୁଡ ପକାଉଛନ୍ତି । ଚଳଚଂଚଳ ହୋଇଉଠିଛି ବାରିପଦା ସହରର ତ୍ରୀବେଣୀ ସଙ୍ଗମର ଏହି ସୁନାମୁହିଁ ଘାଟ । ୩ ଦିନ ଧରି ଚାଲିବାକୁ ଥିବା ଏହି ପାରମ୍ପାରିକ ପର୍ବ ପ୍ରତିବର୍ଷ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିଥାଏ । କରୋନା କଟକଣାକୁ ନଜରରେ ରଖି ପୋଲିସ୍ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି ।