ହିନ୍ଦୀ ସ୍କ୍ରିନକୁ ଆସିବ ଦମନ : ଆଜି ୫୦୦ ହଲରେ କରାଯିବ ରିଲିଜ୍; ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’

309

କନକ ବ୍ୟୁରୋ : ହିନ୍ଦୀ ସ୍କ୍ରିନକୁ ଆସିବ ଦମନ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ ଦମନ ।

ରାଜ୍ୟର ୪୩ଟି ହଲରେ ଫିଲ୍ମ ରିଲିଜ୍ ହୋଇଥିଲା । ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା । ଏଥି ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦି ଡବିଂ କରିଛନ୍ତି ।

୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ‘ଦମନ’ । ରାଜ୍ୟର ୪୩ଟି ହଲ୍‌ରେ ଏହା ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏଥିସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ ।

ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି ।