ଜୀବନରେ କେବେ ଜିତିପାରିବେନି ବିଷ୍ଣୁ ! ଜଗତସିଂହପୁର ଜିଲ୍ଲା ସଭାପତିଙ୍କୁ ଦାମଙ୍କ ନାଲି ଆଖି

31

କନକ ବ୍ୟୁରୋ : ବିଜେଡିରୁ ବହିଷ୍କୃତ ହେବାର ପାଖାପାଖି ଗୋଟିଏ ସପ୍ତାହ ବିତିଗଲାଣି । କିନ୍ତୁ ଏଯାଏଁ ଦାମଙ୍କ ତୁଣ୍ଡ ବନ୍ଦ ହେବାର ନାଁ ନେଉଁନାହିଁ । ପ୍ରତିଦିନ ଦାମଙ୍କ ଗୋଟିଏ ପରେ ଗୋଟିଏ ବୟାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରୁଛି । ଏସବୁ ଭିତରେ ପୁଣିଥରେ ମୁହଁ ଖୋଲିଛନ୍ତି ଦାମ । ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ପାରାଦ୍ୱୀପରେ ନିର୍ବାଚନ ଲଢିବା ବୟାନ ପରେ ପୁଣିଥରେ ଆରମ୍ଭ ହୋଇଛି ଦାମ-ବିଷ୍ଣୁ କଳି ।

dama on bishnuବିଷ୍ଣୁ ତାଙ୍କ ଜାତକରେ ଆଉ ବିଧାୟକ ହୋଇପାରିବ ନାହିଁ । ପାରାଦ୍ୱୀପ କଣ କେଉଁଠୁ ବି ସେ ବିଧାୟକ ହୋଇପାରିବେ ନାହିଁ । ବିଷ୍ଣୁଙ୍କୁ ଏଭଳି ଭାବେ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡିରୁ ବିଦା ହୋଇଥିବା ଦାମ ରାଉତ । ଏପରିକି ବିଷ୍ଣୁଙ୍କ ଭଳି ଅବାଂଛିତ ଲୋକଙ୍କ ସହ ତାଙ୍କୁ ନ ଯୋଡିବାକୁ ମଧ୍ୟ ଦାମ କହିଛନ୍ତି । ବିଷ୍ଣୁଙ୍କ ଭଳି ଲୋକଙ୍କ ସର୍ମ୍ପକରେ ତାଙ୍କୁ ପଚାରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏହାପୂର୍ବରୁ ବିଷ୍ଣୁ କହିଥିଲେ, ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଚାହିଁବ ତେବେ ମୁଁ ପାରାଦ୍ୱୀପରେ ଲଢିବାକୁ ପ୍ରସ୍ତୁତ । ଦାମଙ୍କ ପାଖରେ ଏବେ କେହି ନାହାନ୍ତି ଆମ ପାଖରେ ସଙ୍ଗଠନ ରହିଛି । ତେବେ ପାରାଦ୍ୱୀପକୁ ନେଇ ଦାମ ଯେଉଁ ଦମ୍ଭ ଦେଖାଉଛନ୍ତି ତାହାକୁ ନେଇ ବିଷ୍ଣୁ କହିଛନ୍ତି, ମୁଁ ନିର୍ବାଚନ ଲଢିଲେ ଜିତିବି କି ହାରିବି ତାହା ସମୟ ଓ ପାରାଦ୍ୱୀପ ଜନସାଧାରଣ କହିବେ । ଜିଲ୍ଲାରେ ଅନେକ କର୍ମୀ ଅଛନ୍ତି ଯେଉଁମାନେ ବିଜୁଙ୍କ ଆଦର୍ଶରେ ଅନୁପ୍ରାଣୀତ କିନ୍ତୁ ଦାମବାବୁ ତାଙ୍କୁ ଡରାଇ ରଖିଥିଲେ । ଏବେ ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଦଳକୁ ଆଗେଇ ନେବେ ।

ତେବେ ଏସବୁ ଭିତରେ ଦାମ ଆଉ ଏକ ବାଣ ମାରିଛନ୍ତି । ମୁଁ ଏବେ ମଧ୍ୟ ବିଜେଡିରେ ଅଛି । ଏପରିକି ବିଜେଡି ଦଳର କାର୍ଯ୍ୟକାରୀ ସଦସ୍ୟ ମଧ୍ୟ ରହିଛି । ତେବେ ବିନା କୈଫୟତରେ ମୋତେ ବହିଷ୍କାର କରାଯାଇଛି ବୋଲି ଗଣମାଧ୍ୟମରୁ ଜାଣିଛି । କିନ୍ତୁ ଏଯାଏଁ ମୋ ପାଖକୁ କୌଣସି ବହିଷ୍କାର ଚିଠି ଆସିନି । ଦଳର ସମ୍ବିଧାନ ଅନୁଯାୟୀ ଏନେଇ ମୋତେ ଲିଖିତ ଭାବେ ଜଣାଇବା କଥା । କିନ୍ତୁ ଏଭଳି କୌଣସି ପ୍ରକିୟା ବିଜେଡି ପକ୍ଷରୁ କରାଯାଇନାହିଁ । ଏପରିକି ବିଜେଡି ଦଳକୁ ମୁଁ କରିଛି ବୋଲି ଦୃଢୋକ୍ତି ଦେଖାଇଛନ୍ତି ଦାମ ।

dama bishnuଉଲ୍ଲେଖ ଥାଉ କି, ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବାପରେ ଏବେ ବଦଳିଯାଇଛି ଜଗତସିଂହପୁର ଜିଲା ବିଜେଡି ରାଜନୀତି । ଦାମଙ୍କ ସହ ରହିଥିବା କିଛି ନେତା ଓ ନେତ୍ରୀ ଏବେ ବିଜେଡିରେ କୋଣଠେସା ହୋଇପଡିଛନ୍ତି । ହାଇକମାଣ୍ଡଙ୍କୁ ଖୁସି କରାଇବା ପାଇଁ ଦାମଙ୍କ ବିରୋଧରେ ଯେତେ କାର‌୍ୟ୍ୟକ୍ରମ କଲେ ମଧ୍ୟ ହାଇକମାଣ୍ଡ ଏବେ ତାଙ୍କୁ ବିଶ୍ୱାସକୁ ନେଉ ନ ଥିବା କଥା ସମଗ୍ର ଜିଲାରେ ଏବେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।

ଚର୍ଚ୍ଚା ଅନୁସାରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ତଥା ବର୍ତମାନ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ବିଷ୍ଣୁଚରଣ ଦାସ ଏଥର ଜଗତସିଂହପୁର ଆସନରୁ ଲଢିବେ ନାହିଁ । ସେ ଜିଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି ତାଙ୍କ ସମର୍ଥକ ମାନଙ୍କ ମହଲରେ ଆଲୋଚନା ହେଉଛି । ଏପରିକି ଏନେଇ ତାଙ୍କୁ ମଧ୍ୟ ଦଳ ହାଇକମାଣ୍ଡ ଗ୍ରୀନ୍ ସିଗନାଲ ଦେଇଥିବା କୁହାଯାଉଛି । ଏପରି ସ୍ଥିତିରେ ପାରାଦୀପରୁ ଦଳର କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଦାମଙ୍କ ଗଡ ଭାବେ ପରିଚିତ ପାରାଦୀପରେ ତାଙ୍କର ବେଶ ଦବଦବା ରହିଛି । ତେଣୁ ସେଠି ଦାମଙ୍କୁ ଚେକ୍ ଦେବାପାଇଁ ତାଙ୍କ ପୁଅ ତଥା ବିଜେଡି ସମ୍ପାଦକ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଥିବା ବେଳେ ବିଷ୍ଣୁ ଦାସଙ୍କ ଏଭଳି ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।