ଫୋନିକୁ ନେଇ ବର୍ଷିଲେ ଦାମ ! କହିଲେ, ପ୍ରଶାସନ ଦେଇଥିବା ପ୍ରତିଶୃତି କରିନାହିଁ ପାଳନ

ବାତ୍ୟା ପରେ ଅବ୍ୟବସ୍ଥାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ବିଜେପି ନେତା ଦାମ ରାଉତ

307

କନକ ବ୍ୟୁରୋ : ବାତ୍ୟା ପରେ ଅବ୍ୟବସ୍ଥାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ବିଜେପି ନେତା ଦାମ ରାଉତ । ଦାମ କହିଛନ୍ତି, ପ୍ରଶାସନ ଦେଇଥିବା ପ୍ରତଶ୍ରୁୃତି ରକ୍ଷା କରିନି । ସରକାର ଆଶ୍ରୟ ସ୍ଥଳରେ ସମସ୍ତ ପ୍ରକାର ସୂୁବିଧା ଯୋଗାଇ ଦେଇଥିବା କହୁଛନ୍ତି । ହେଲେ ଗତ ୨ ତାରିଖରେ ଏରସମାର ଆମ୍ବିକି ଅଂଚଳରେ ଥିବା ଆଶ୍ରୟସ୍ଥଳ ଗୁଡିକରେ ସେପରି କିଛି ଦେଖିବାକୁ ମିଳି ନ ଥିବା କହିଛନ୍ତି ଦାମ । ବାତ୍ୟା ଆଶ୍ରୟସ୍ଥଳରେ କିଛି ସୁବିଧା ନଥିବାରୁ ହନ୍ତସନ୍ତ ହୋଇଥିଲେ ସ୍ଥାନାନ୍ତର ହୋଇଥିବା ଲୋକମାନେ ।

ଏପରିକି ସେ ଅଭିଯୋଗ ମଧ୍ୟ କରିଛନ୍ତି ଯେ, ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ ରିଲିଫ୍ ପାଉନାହାନ୍ତି । ସରକାର ବାତ୍ୟା ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି । ହେଲେ ଏଠାରେ ସେପରି କିଛି ହୋଇନାହିଁ ବୋଲି ଦାମ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ପ୍ରଶାସନ ଯେଉଁ ପରିମାଣରେ ଖାଦ୍ୟ ଲୋକଙ୍କୁ ଦେଉଛି ତାହା ତାଙ୍କର ପେଟ ପୁରୁନାହିଁ । ତେଣୁ ଏଦିଗରେ ପ୍ରଶାସନ ଚିନ୍ତା କରିବା ଦରକାର ବୋଲି ଶ୍ରୀରାଉତ କହିଛନ୍ତି ।