ଘର ବାହୁଡ଼ିବାକୁ ଦାମଙ୍କ ଇଚ୍ଛା: କହିଲେ, ମୋ ହୃଦୟରେ କେବଳ ବିଜୁବାବୁ ଅଛନ୍ତି । ଯଦି ବହିଷ୍କାର ଉଠାଯାଏ, ପୁଣି ଦଳକୁ ଫେରିବି ।

Advertisment
ଘର ବାହୁଡ଼ିବାକୁ ଦାମଙ୍କ ଇଚ୍ଛା: କହିଲେ, ମୋ ହୃଦୟରେ କେବଳ ବିଜୁବାବୁ ଅଛନ୍ତି । ଯଦି ବହିଷ୍କାର ଉଠାଯାଏ, ପୁଣି ଦଳକୁ ଫେରିବି ।

କନକ ବ୍ୟୁରୋ: ବିଜେଡି ଫେରିବାକୁ ଦାମଙ୍କ ମନ । ଗତକିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା ଦାମ ରାଉତଙ୍କ ବଡ଼ ବୟାନ । ବୁଲେଇ ବଙ୍କେଇ ବିଜେଡି ଫରିବାକୁ ଇଚ୍ଛା ପ୍ରକାଶ କଲେ ଦାମ ରାଉତ । ପଚାରୁ ପଚାରୁ କହିଲେ, ବିଜେଡି ମୋତେ ବହିଷ୍କାର କଲା ପରେ ବିଜେପି ମୋତେ ପ୍ରଲୋଭିତ କଲେ ଓ ଦଳରେ ମିଶାଇଲେ, ହେଲେ ନିର୍ବାଚନ ସରିଲା ପରେ ମୋତେ ଭୁଲି ଗଲେ । ଏବେ ମୋ ଛାତିରେ ବିଜୁବାବୁ ଆସ୍ଥାନ କରି ବସିଛନ୍ତି,ସେଠି ଆଉ କାହାକୁ ରଖିବି କେମିତି, ତେଣୁ ବିଜେପିରୁ ଇସ୍ତଫା ଦେଇଦେଲି ।

ମୁଁ ବିଜେଡି ରେ ଥିଲି, ସେମାନେ ମୋତେ ବହିଷ୍କାର କରିଛନ୍ତି । ଯଦି ସେମାନେ ବହିଷ୍କାର ଉଠାଇ ଦିଅନ୍ତି ମୁ ପୁଣି ଦଳରେ ରହିବି । କିନ୍ତୁ କୌଣସି ପଦ ପଦବୀ ନେବି ନାହିଁ କି ନିର୍ବାଚନ ଲଢ଼ିବି ନାହିଁ । କାରଣ ମୋର ବୟସ ହେଲାଣି,ବୟସ କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଲାଣି, ତେଣୁ ମୁ ଆଉ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବି ନାହିଁ ।

ଦାମ ଆଉ ମଧ୍ୟ କହିଛନ୍ତି କି, ମୁ ବିଜୁବାବୁ ଙ୍କ ଅନୁଗତ ତାଙ୍କ ନୀତିଆଦର୍ଶରେ ଲୋକଙ୍କ ସେବା କରିବି କିନ୍ତୁ ଦଳୀୟ ରାଜନୀତିରେ ଭାଗ ନେବାକୁ ଆଗ୍ରହୀ ନୁହଁ, ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ କେବେ ଯାଇନି କି ତାଙ୍କ ବିରୋଧରେ ନୁହେଁ ମୁଁ ସର୍ବଦା ସରକାରୀ ଦଳର ଦୁର୍ନୀତି ବିରୋଧରେ ସ୍ୱର ଉଠାଇଛି । ତେବେ ଶଙ୍ଖ ଶିବିରକୁ ଦାମଙ୍କ ଫେରିବା ସଙ୍କେତ ଏବେ କେଉଁ ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe