ଦାମ ବନାମ ବାମ ! ୟୁପି ନିର୍ବାଚନ ପରେ ବିଜେପିର ପ୍ରଭାବ ନେଇ ମୁହାଁମୁହିଁ ହେଲେ ଦୁଇ ଭାଇ

52

କନକ ବ୍ୟୁରୋ : ଦାମ ବନାମ ବାମ । ଭାଇ ବନାମ ଭାଇ । ମୁହାଁମୁହିଁ ହୋଇଛନ୍ତି ଦୁଇ ଭାଇ । ଓଡିଶା ରାଜନୀତିରେ ବହୁ ଚର୍ଚ୍ଚିତ ରାଜନେତା ଦାମଙ୍କୁ ଏଥର ଜବାବ୍ ଦେଇଛନ୍ତି ତାଙ୍କ ନିଜ ଭାଇ ବାମଦେବ ରାଉତ । ୟୁପି ନିର୍ବାଚନ ପରେ ବିଜେପିର ପ୍ରଭାବ ନେଇ ଦୁଇ ଭାଇଙ୍କ କଥା କଟାକଟି ଦେଖିବାକୁ ମିଳିଛି । ୩ବର୍ଷ ତଳେ ବିଜେପିରେ ଯୋଗ ଦେଇଥିବା ବାମ କହୁଛନ୍ତି ଦାମଙ୍କ କଥା ଭୁଲ୍ ।

୨୦୦୬ରେ ଡାକ୍ତରୀ ଚାକିରୀରୁ ଅବସର ନେବା ପରେ ରାଜନୀତିରେ ଯୋଗ ଦେଇଥିଲେ ବାମ । କିନ୍ତୁ ତାଙ୍କର ଅଭିଯୋଗ ତାଙ୍କ ବଡ ଭାଇ ଦାମଙ୍କ ପାଇଁ ସେ ରାଜନୀତିରେ ବେଶୀ ଆଗକୁ ଯାଇପାରିଲେ ନାହିଁ ।

ରାଜନୈତିକ ବୟାନବାଜି ପାଇଁ ବେଶ୍ ଜଣାଶୁଣା ଦାମଙ୍କୁ ଏଥର ଟକ୍କର ଦେବାକୁ ବାହାରିଛନ୍ତି ଭାଇ ବାମ ।